ପାଟଣାଗଡ, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବାବାଜିପଡାରେ ରହୁଥିବା ତାରକେଶ୍ବର ସାହୁଙ୍କ ଘରୁ ଡକାୟତି । ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କଲା ପୋଲିସ । ତାକରେଶ୍ବର ସାହୁ ଗତ ୨୨ ତାରିଖରେ ନିଜ ପରିବାର ସହ ରାଇପୁରରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ ଘରକୁ ଆସି ଦେଖିଥିଲେ ବାହାର ଗେଟର ତାଲା କଟା ହୋଇଥିବା ବେଳେ ଘରର ସମସ୍ତ କବାଟର ତାଲା କଟା ହୋଇଥିବା ଦେଖିଥିଲେ । ଭିତରକୁ ଯାଇ ଦେଖିଥିଲେ ଆଲମିରା ତାଲା ଭାଙ୍ଗି ୮ଭରି ସୁନା ୨୫ରୁ ୩୦ଭରି ରୂପା ସହ ଘରର ସମସ୍ତ ଆସବାବପତ୍ର ଏବଂ ଏକ କମ୍ପ୍ୟୁଟର, ଦୁଇଟି ଗ୍ୟାସ୍ ସିଲିଣ୍ଡର ଚୋରି ହୋଇଯାଇଛି । ଏ ନେଇ ପାଟଣାଗଡ ଥାନାରେ ତାରକେଶ୍ବର ସାହୁ ଅଭିଯୋଗ କରିଥିଲେ । ପରେ ପୋଲିସ ଓ ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ କରିଥିବା ଦେଖିବାକୁ ମଳିଥିଲା । ଘରେ କେହି ନଥିବାରୁ ଏହାର ସୁଯୋଗ ନେଇ ଡକାୟତି କରିଥିବା ଅନୁମାନ କରାଯାଉଛି ।





