ପାରାଦୀପ, (ବାଘୁଆବାର୍ତ୍ତା): ପାରାଦୀପ ବିଜୟଚାନ୍ଦପୁର ନିକଟ ବୋଟ କାରଖାନା ନିକଟ ବାଲିଗଦା ରୁ ଅଜଣା ମୃତ ଦେହ ଉଦ୍ଧାର କରାଯାଇଛି। ବିଜୟଚାନ୍ଦପୁର ଠାରେ ବୋଟ୍ ଆସୋସିଏସନ ଘର ନିର୍ମାଣ ପାଇଁ ବଡପାଳ ଗଡାରୁ ଦିର୍ଘ ପନ୍ଦର ଦିନ ତଳେ ପାଖାପାଖି ୨୦ ରୁ ୩୦ ଟ୍ରିପ୍ ବାଲି ଆସିଥିଲା। ତେବେ କିଛି ଶ୍ରମିକ କାମ କଲାବେଳେ ବାଲିରେ ପୋତି ହୋଇଥିବା ଏକ ମୃତ ଦେହ ଦେଖି ପାରାଦୀପ ଆଦର୍ଶ ଥାନାକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ମୃତଦେହ ଏକ କଳା ରଙ୍ଗର ଜରିରେ ବନ୍ଧା ହୋଇଥିବା ବେଳେ ଜରି ଭିତରେ କେବଳ କଙ୍କାଳ ଦେଖାଯାଉଛି। ମୃତଦେହ ଟି ବ୍ୟବଛେଦ ପରେ କେହି ଫୋପାଡି ଦେଇଥିବା କିମ୍ବା କେହି ହତ୍ୟା କରି ଜରିରେ ଗୁଡ଼ାଇ ପୋତି ଦେଇଥିବା ଅନୁମାନ କରାଯାଉଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କଙ୍କାଳ ଉଦ୍ଧାର କରିବା ସହିତ ଲ୍ୟାବ କୁ ପଠାଇଛି। ଏବଂ ଏହି ମୃତଦେହ କାହାର ଓ ଏ ସ୍ଥାନକୁ କିପରି ଆସିଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।





