କରଞ୍ଜିଆ, (ବାଘୁଆବାର୍ତ୍ତା): ଧରାପଡ଼ିଲା ବ୍ୟାଙ୍କ ଚୋର। ସିସିଟିଭି ଫୁଟେଜକୁ ଆଧାର କରି ବାନ୍ଧିଲା ଯଶୀପୁର ପୋଲିସ । ଗତ ଶନିବାର ବିଳମ୍ବିତ ରାତିରେ ଏସବିଆଇ ଯଶୀପୁର ଶାଖାରୁ ଚୋରି ଉଦ୍ୟମ କରି ଫେଲ ମାରିଥିଲା ଚୋର। ହେଲେ କିଛିଦିନ ପୂର୍ବରୁ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଯଶୀପୁର ଶାଖାରେ ଚୋରି କରି ପୁଣି ବିଫଳ ହୋଇଥିଲା। ଏହା ପରେ ଯଶୀପୁର ଉପ ଡାକଘରୁ ୧ ଲକ୍ଷ ୪୬ ହଜାର ଟଙ୍କା ଚୋରି କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ସେ ଧରାପଡି ନଥିଲା। ଅଭିଯୁକ୍ତ ଚୋର ହେଉଛି ଯଶୀପୁର ପୁରୁଣା ବଜାରର ଏମ.ଡି.ରାଜା । ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।





