Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ମୋ ଅନୁଭୂତିରେ ଲଦାଖ’ ଉନ୍ମୋଚିତ

by ସଞ୍ଜୟ ସ୍ୱାଇଁ
August 3, 2021
in Feature News
‘ମୋ ଅନୁଭୂତିରେ ଲଦାଖ’ ଉନ୍ମୋଚିତ
133
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭ୍ରମଣକାରୀର ଅଭିଜ୍ଞତା ଓ ଅନୁଭୂତି ପାଠକମାନଙ୍କୁ ଆକର୍ଷିତ କରିଥାଏ । ତଥ୍ୟଭିତ୍ତିକ ଭ୍ରମଣ କାହାଣୀ ଆମକୁ ଯେତେ ରୋମାଞ୍ଚିତ କରେ ତା’ଠାରୁ ଅଧିକ ଜ୍ଞାନବୃଦ୍ଧିରେ ପ୍ରଭାବିତ କରିଥାଏ । ବିଶେଷ ଭାବରେ ବାହାର ସ୍ଥାନର କଳା, ସଂସ୍କୃତି, ପରମ୍ପରା, ଲୋକଙ୍କ ଜୀବନଶୈଳୀ, ଭୌଗୋଳିକ ପରିବେଶ, ଐତିହାସିକ ପୃଷ୍ଠଭୂମି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଭୂତି ମଧ୍ୟରୁ ପାଠକ ସାଉଁଟିବାର ପ୍ରୟାସ କରେ ବୋଲି ଗ୍ରମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ପ୍ରକାଶ କରିଛନ୍ତି । ଆଜି ସାଗରିକା ମିଶ୍ରଙ୍କ ଦ୍ୱାରା ରଚିତ ଭ୍ରମଣ କାହାଣୀ ପୁସ୍ତକ ‘ମୋ ଅନୁଭୂତିରେ ଲଦାଖ’ ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଡ. ମିଶ୍ର ଜଣେ ପ୍ରାଣୀ ଚିକିତ୍ସକ ହେଲେ ମଧ୍ୟ ତାଙ୍କ ଭ୍ରମଣ କାହାଣୀର ବର୍ଣ୍ଣନା ଅତିବ ସରଳ, ସାବଲୀଳ ତଥା ଅଧିକ ଆକର୍ଷଣୀୟ ହୋଇଛି । ଭାରତର ମଥାନ ଉପରେ ଅବସ୍ଥିତ ବରଫାବୃତ୍ତ ଲଦାଖ ଅଞ୍ଚଳ ଏକ ଭିନ୍ନ ଜୀବନଶୈଳୀ ପାଇଁ ଜଣାଶୁଣା । ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ ଏବଂ ଶିଖରରେ ଅବସ୍ଥିତ ସର୍ପିଳ ରାସ୍ତାରେ ଭ୍ରମଣ କରି ଡ. ମିଶ୍ର ଯେଉଁ ଅନୁଭୂତି ସାଉଁଟିଛନ୍ତି ତାକୁ ନିଆରା ଢଙ୍ଗରେ ପରିବେଷଣ କରିଛନ୍ତି । ଏହି ଭ୍ରମଣ କାହାଣୀ ପୁସ୍ତକଟି ପାଠକମାନଙ୍କ ମନଛୁଆଁ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ଡକଫର ପ୍ରଦୀପ କୁମାର ରାଉତ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଲେଖିକା ସାଗରିକା ମିଶ୍ରଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!