Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରକୁ ଫେରୁଥିବା ବେଳେ ବୋଲେରୋ ଧକ୍କାରେ ଅଟୋ ଓଲଟି ୧୭ ଶ୍ରମିକ ଆହତ

by ସଞ୍ଜୟ ସ୍ୱାଇଁ
August 3, 2021
in Accident, State
ଘରକୁ ଫେରୁଥିବା ବେଳେ ବୋଲେରୋ ଧକ୍କାରେ ଅଟୋ ଓଲଟି ୧୭ ଶ୍ରମିକ ଆହତ
117
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଧନିଆଁ ନାଳୀ ନିକଟରେ ବୋଲେରୋ ଧକ୍କାରେ ଓଲଟିପଡିଲା ଯାତ୍ରୀବାହୀ ଅଟୋ । ଅଟୋରେ ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ଫଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ୧୩ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି । ବିଲରୁ କାମ କରି ଏକ ଅଟୋ ଯୋଗେ ୧୭ ଜଣ ମହିଳା ଶ୍ରମିକ ଘରକୁ ଫେରୁଥିଲେ । ଆଉ ବାଟରେ ଦୁର୍ଭାଗ୍ୟ ଆଣିଦେଲା ଦୁର୍ଘଟଣା । ଏପରିକି ଏକ ବୋଲେରୋ ପଛ ପାଖରୁ ଧକ୍କା ଦେବାରୁ ଏହି ଅଟୋଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଛି । ଅଟୋରେ ଥିବା ମହିଳା ଶ୍ରମିକମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସ୍ଥାନୀୟ ଗଁନ୍ଦିଆ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୁକୁମାରୀ ମୁଣ୍ଡା, ସଜନୀ ମୁଣ୍ଡା, ଚାନ୍ଦିନୀ ମୁଣ୍ଡା ଓ ଆଶା ମୁଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୧୩ ଜଣ ଆହତ ଚିକିତ୍ସା ପରେ ଘରକୁ ଯାଇଛନ୍ତି । ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସମସ୍ତେ ମହିଳା ଶ୍ରମିକ ଓ ସେମାନଙ୍କ ଘର କଲଣ ଗ୍ରାମରେ । ଗଁନ୍ଦିଆ ରାଇତୈଳା ଗ୍ରାମରୁ ବିଲ କାମ ସାରି ଷଢଙ୍ଗୀ କଲଣ ଗ୍ରାମକୁ ଫେରୁଥିଲେ । ଦୁର୍ଘଟଣା ଘଟାଇଥିବା ବୋଲେରୋ ପଳାଇଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!