ନନ୍ଦପୁର, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପୋଲିସ କୁ ଚୋରା ଗଞ୍ଜେଇ ଚାଲାଣ ରେ ଏକ ବଡ଼ ଧରଣର ସଫଳତା ମିଳିଥିବା ଜଣାଯାଇଛି।ସୂଚନାଯୋଗ୍ୟ ଯେ ଗତ ୨.୮.୨୦୨୧ ରିଖ ଦିନ ପାହାନ୍ତିଆ ୫ ଟା ସମୟରେ ପାଡୁଆ ପୋଲିସ ପକ୍ଷରୁ ରାତ୍ର ପେଟ୍ରୋଲିଂ ସାରି ଫେରୁଥିବା ସମୟରେ ପୋଲିସ ଥାନା ନିକଟ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଛକ ନିକଟରେ ଯାନବାହନ ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଏକ ପିକ ଅପ ଭ୍ୟାନ ଯାହାର ରେଜିଷ୍ଟ୍ରେସନ ନମ୍ବର ଓ ଡ଼ି ୧୦ ଏନ ୯୪୦୬ ଏବଂ ମଟର ସାଇକେଲ ଯାହାର ରେଜିଷ୍ଟ୍ରେସନ ନମ୍ବର ଓ ଡ଼ି ୧୦ ଇ ୮୮୧୦ ଆଗ ପଛ ହୋଇ ଆସୁଥିବା ବେଳେ ପୋଲିସ ମଟର ସାଇକେଲ ରେ ବସିଥିବା ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ପୋଲିସ କୁ ଦେଖି ପିକ ଅପ ଭ୍ୟାନ ଡ୍ରାଇଭର ଏବଂ ଅନ୍ୟ ଜଣେ ଗାଡି ରାସ୍ତା ଉପରେ ଛାଡ଼ି ଘଟଣା ସ୍ଥଳରୁ ପାହାନ୍ତିଆ ଅନ୍ଧାର ଏବଂ ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ ଫେରାର ହେବାକୁ ସକ୍ଷମ ହୋଇଥିବା ଜଣାଯାଇଛି। ପାଡୁଆ ପୋଲିସ ସଙ୍ଗେ ସଙ୍ଗେ ପିକ ଅପ ଭ୍ୟାନ ନିକଟକୁ ଆସି ଦେଖିବା ପରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣି ପାରି ସଙ୍ଗେ ସଙ୍ଗେ ପିକ ଅପ ଭ୍ୟାନ କୁ ଥାନାକୁ ଆଣିଥିଲେ।ଏବଂ ମଟର ସାଇକେଲ ରେ ପାଇଲଟିଙ୍ଗ କରୁଥିବା ଦୁଇ ଜଣ ଗୁରୁ ହନ୍ତାଳ ଏବଂ ପ୍ରହଲ୍ଲାଦ ଗୋଲରି ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଏକ ମୋବାଇଲ ଜବତ କରାଯାଇଥିଲା।ଜବତ ଗଞ୍ଜେଇ କୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।ଜବତ ଗଞ୍ଜେଇ ର ପରିମାଣ ୯୪୨ କେଜି ୫୮୦ ଗ୍ରାମ ବୋଲି ସୂଚନା ମିଳି ଥିବା ବେଳେ ଯାହାର ବଜାର ମୂଲ୍ୟ ଏକ କୋଟି ହେବ ବୋଲି ଏସ ଡ଼ି ପି ଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ପାଡୁଆ ଥାନା କେସ ନମ୍ବର ୫୬/୨୧ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ବେଳେ ଅତି ଶୀଘ୍ର ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ଅନ୍ୟ ମାନଙ୍କ ଗିରଫ କରାଯିବ ବୋଲି ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଗଞ୍ଜେଇ ପାଡୁଆ ଥାନା ଅନ୍ତର୍ଗତ ଅତଣ୍ଡା ଅଞ୍ଚଳରୁ ପାଡୁଆ ,ଚାଟୁଆ ଦେଇ ପଡୋଶୀ ଆନ୍ଧ୍ରପ୍ରଦେଶ କୁ ଚାଲାଣ ହୋଇଥାନ୍ତା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।ଏହି ଚଢ଼ାଉରେ ଆଇ ଆଇ ସି ସରୋଜ କୁମାର ମଲ୍ଲିକ ଙ୍କ ସମତେ ଏସ ଆଇ ପି.ଶତପଥି,ଏ ଏସ ଆଇ ଗୌରାଙ୍ଗ ସାହୁ,ହୋମଗାର୍ଡ ଡମ୍ବରୁ ମାଝୀ, ଡ୍ରାଇଭର ଠାକୁର ଏବଂ ଅନ୍ୟମାନେ ସାମିଲ ଥିଲେ।





