Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଷ୍ଟ୍ରେଲିଆରେ ସ୍ଥିତି ଭୟଙ୍କର, ସେନା ମୁତୟନ

by ସଞ୍ଜୟ ସ୍ୱାଇଁ
August 3, 2021
in Feature News
ଅଷ୍ଟ୍ରେଲିଆରେ ସ୍ଥିତି ଭୟଙ୍କର, ସେନା ମୁତୟନ

Detail of coronavirus test sample

255
VIEWS
Share on FacebookShare on Twitter

ସିଡ଼ନି,(ବାଘୁଆବାର୍ତ୍ତା): ଅଷ୍ଟ୍ରେଲିଆରେ ଡେଲ୍‌ଟା ପ୍ରଜାତି ଭୟଙ୍କର ସ୍ଥିତି ଆଣିଛି। କ୍ବିନ୍ସଲାଣ୍ଡ୍‌ରେ ସଂକ୍ରମଣ ଉପରମୁହାଁ ହୋଇଛି। ଅଷ୍ଟ୍ରେଲିଆର ତୃତୀୟ ବୃହତ୍ତମ ସହର ତଥା କ୍ବିନ୍ସଲାଣ୍ଡ୍‌ ରାଜଧାନୀ ବ୍ରିସବେନ୍‌ ଏବଂ ସିଡ଼୍‌ନିରେ ସଂକ୍ରମଣ ବଢ଼ୁଥିବାରୁ ଏଠାରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି। ବ୍ରିସବେନ୍‌ରେ ଲକ୍‌ଡାଉନ୍‌ ଅବଧି ବଢ଼ିଥିବାବେଳେ ସିଡ଼ନିରେ କରୋନା ନିୟମାବଳିର ସଠିକ୍‌ ପାଳନ ପାଇଁ ସୈନ୍ୟ ମୁତୟନ ହୋଇଛନ୍ତି। ଏଥିସହ କଟକଣା ପାଇଁ ଘରେ ଥିବା ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବେ ଏବଂ ଟିକାକରଣ କେନ୍ଦ୍ରରେ ବି ସେନା ସଦସ୍ୟମାନେ ସହଯୋଗ କରିବେ। ଅଷ୍ଟ୍ରେଲିଆରେ କୋଭିଡ୍‌ କଟକଣା କଡ଼ାକଡ଼ି ଭାବେ ପାଳନ ହେଉଛି। ଏପରିକି ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡଟ୍ଟନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ତାଙ୍କର ୨ ପୁଅ ଯେଉଁ ସ୍କୁଲ୍‌ରେ ପଢ଼ୁଛନ୍ତି ସେଠାରେ କୋଭିଡ୍‌ ମାମଲା ଚିହ୍ନଟ ହୋଇଥିବାରୁ ତାଙ୍କୁ ୧୪ ଦିନ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ନ୍ୟୁ ସାଉଥ୍‌ ୱେଲ୍ସରେ ବି କଟକଣା କଡ଼ାକଡ଼ି ହୋଇଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍‌ କହିଛନ୍ତି, ଦେଶରେ ୧୬ ବର୍ଷରୁ ଊର୍ଦ୍ଧ୍ବ ୭୦ ପ୍ରତିଶତ ଲୋକ ଟିକା ନେବାପରେ କଟକଣା କୋହଳ ହେବ। ଏବେ ଏହି ବର୍ଗରେ ମାତ୍ର ୧୯ ପ୍ରତିଶତଙ୍କର ଟିକାକରଣ ସରିଛି। ଚଳିତବର୍ଷ ଶେଷ ସୁଦ୍ଧା ୧୬ ବର୍ଷରୁ ଊର୍ଦ୍ଧ୍ବ ୭୦ ପ୍ରତିଶତଙ୍କର ଟିକାକରଣ ସରିବ ବୋଲି ମରିସନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!