Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝୁଡ଼ିରେ ଲେଖୁଛନ୍ତି ମୁଁ ଟିକା ନେଇଛି

by ସଞ୍ଜୟ ସ୍ୱାଇଁ
August 2, 2021
in Business, State
ଝୁଡ଼ିରେ ଲେଖୁଛନ୍ତି ମୁଁ ଟିକା ନେଇଛି
119
VIEWS
Share on FacebookShare on Twitter

ଆସିକା, (ବାଘୁଆବାର୍ତ୍ତା): ମୁଁ ଟିକା ନେଇଛିଟ୍ଟ। ଆଜିକାଲି ବୁଲା ବିକାଳୀମାନେ ନିଜ ଝୁଡ଼ିରେ ଓ ଠେଲା ଆଗରେ ଏମିତି ଲେଖିଛନ୍ତି। କରୋନା ବିରୋଧୀ ଲଢ଼େଇରେ ଟିକା ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବୁଲା ବିକାଳୀମାନେ ଏପରି ଲେଖିଥିବା ଦେଖିବାକୁ ମିଳିଛି। ଯାହାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। କରୋନା ପ୍ରଥମ ଲହର ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚିଥିଲା। ପ୍ରତିଦିନ ଶହଶହ କରୋନାରେ ଆକ୍ରାନ୍ତ ହେଉଥିଲେ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଯାଇଥିଲା। ପରେ କଠୋର ହୋଇଥିଲା। ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିଲା। ଦ୍ୱିତୀୟ ଲହର ବେଳେ ଜୀବିକା ସହ ଜୀବନକୁ ଗୁରୁତ୍ୱ ଦେଇଥିଲେ ରାଜ୍ୟ ସରକାର। ଯାହାକୁ ଲକ୍ଷ୍ୟ କରି ବ୍ୟବସ୍ଥିତ ଢ଼ଙ୍ଗରେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଥିଲେ। ଆଉ ଏଥିରେ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଯାହାଫଳରେ କରୋନା ଦ୍ୱିତୀୟ ଲହର ଜିଲ୍ଲାବାସୀଙ୍କୁ ବେଶୀ ପ୍ରଭାବିତ କରିପାରିନଥିଲା। ଏବେ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଥିଲେ ସୁଦ୍ଧା ଭୟ ଯାଇନଥିବାରୁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। ଟିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ହିଞ୍ଜିଳିକାଟୁ ପୌରପରିଷଦରେ ବୁଲା ବିକାଳୀମାନେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଠେଲା ହେଉ ବା ମୁଣ୍ଡ ଉପାରେ ଥିବା ଝୁଡ଼ିରେ ଲେଖୁଛନ୍ତି ମୁଁ ଟିକା ନେଇଛିଟ୍ଟ। ହିଂଜିଳି ବସଷ୍ଟାଣ୍ଡଠାରେ ସମସ୍ତ ବୁଲା ବିକାଳି ଓ ସମସ୍ତ ପ୍ରକାର ଠେଲାଗାଡି ବ୍ୟବସାୟୀମନେ ଭ୍ୟାକ୍‌ସିନ ନେଇ ନିଜକୁ ସୁରକ୍ଷିତ ଥିବା ଦର୍ଶାଇ ଛନ୍ତି। ଏପରିକି ଅନ୍ୟମାନଙ୍କୁ ଭ୍ୟାକ୍‌ସିନ ନେବା ପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି। ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେଉଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!