Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଫସଲର ବିବିଧିକରଣ ଦ୍ୱାରା ଚାଷୀମାନଙ୍କ ଆୟ ବୃଦ୍ଧି ହୋଇପାରିବ’

by ସଞ୍ଜୟ ସ୍ୱାଇଁ
August 2, 2021
in Feature News
‘ଫସଲର ବିବିଧିକରଣ ଦ୍ୱାରା ଚାଷୀମାନଙ୍କ ଆୟ ବୃଦ୍ଧି ହୋଇପାରିବ’
50
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟର କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ନେତୃତ୍ୱ ଓ ମାଗଦର୍ଶନରେ ଫସଲର ବିବିଧିକରଣକୁ ପ୍ରୋତ୍ସାହିତ କରାଯାଉଛି । ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଚାଷ ଯଥା- ଡାଲି, ତୈଳବୀଜ, ପନିପରିବା, ତନ୍ତୁଜାତୀୟ ଫସଲ ଏବଂ ଅର୍ଥକରୀ ଫସଲକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ବୃହତ୍‌ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ’ ନାମକ ଏକ ମାର୍ଗଦର୍ଶୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷିଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଅନ୍ତର୍ଗତ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ସାଂପ୍ରତିକ ପରିସ୍ଥିତିରେ ବୃଷ୍ଟିପୁଷ୍ଟ ଉଚ୍ଚ ଓ ମଧ୍ୟମ ଅଞ୍ଚଳରେ ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧାନ ଚାଷ କରିବା ଲାଭଜନକ ହେବ ନାହିଁ । ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି । ଧାନଚାଷ ନିମନ୍ତେ ଅଧିକ ଜଳର ଆବଶ୍ୟକତା ପଡ଼ୁଥିବାରୁ କମ୍‌ ପାଣି ଆବଶ୍ୟକ କରୁଥିବା ଅଣଧାନ ଫସଲ ଉପରେ ଗୁରୁତ୍ୱ ଦେବା ଜରୁରୀ । ୨୦୨୧-୨୨ ଖରିଫ ଋତୁରୁ ଏହା କାର୍ଯ୍ୟକାରୀ କରାଯାଉଛି । ଖରିଫ ଋତୁରେ ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଫସଲ ଡାଲି, ତୈଳବୀଜ, ପନିପରିବା, ତନ୍ତୁଜାତୀୟ ଫସଲ ଚାଷ କରିବା ସହିତ ଅଧିକ ଜୈବଅଂଶ ଓ ସ୍ୱଳ୍ପ ରାସାୟନିକ ସାମଗ୍ରୀ ଆବଶ୍ୟକ କରୁଥିବା ଫସଲ ଚାଷ କରି ମାଟିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହା ରାଜ୍ୟର ୪ଟି ଜିଲ୍ଲା ଯଥା-କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ ୭ଟି ବ୍ଲକ୍‌ର ୨୭ଟି ଗ୍ରାମପଞ୍ଚାୟତର ୧୦୧ଟି ଗ୍ରାମରେ ପାଇଲଟ୍‌ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେବ । ୧୮ଟି ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨୨୦୭ ହେକଫର ଜମିରୁ ୩୩୪୩ ହେକଫର ଡାଲିଜାତୀୟ ଫସଲ, ୩୭୪୫ ହେକଫର କପା ଫସଲ, ୯୨୮ ହେକଫର ତୈଳବୀଜ, ୨୪୫୧ ହେକଫର ମକା, ୧୩୨୨ ହେକଫର ମାଣ୍ଡିଆ ଏବଂ ୪୧୮ ହେକଫର ପନିପରିବା ଚାଷ କରିବା ପାଇଁ କାର୍ଯ୍ୟକ୍ରମ କରାଯାଇଛି । ଏଥି ପାଇଁ ୧୬.୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ଫସଲର ବିବିଧିକରଣ କରି ଅଣଧାନ ଚାଷ କରୁଥିବା ସମସ୍ତ ଚାଷୀଙ୍କୁ ୩ ବର୍ଷ ପାଇଁ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୬୦୦୦ ଚାଷୀ ଉପକୃତ ହେବେ । ଜୈବିକ କୃଷି ସାମଗ୍ରୀ ଉତ୍ପାଦନ, ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ ଏବଂ ବିପଣନ କାର୍ଯ୍ୟ ପାଇଁ ୩୬ଟି ଗୋଷ୍ଠୀଭିତ୍ତିକ ସଂଗଠନକୁ ପ୍ରୋତ୍ସାହିତ କରାଯିବ । ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏହି ଯୋଜନାରେ ଅଣଧାନ ଫସଲ ଚାଷ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ, ପୁଷ୍ଟି ବିବିଧିକରଣ ଓ ଜଳ ବିନିଯୋଗ ଦକ୍ଷତା ବୃଦ୍ଧି ଆଦିର ଉପକାରିତା ସମ୍ବନ୍ଧରେ ବ୍ୟାପକ ଜନସଚେତନତାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ସହିତ ସମନ୍ୱିତ ଚାଷ କରିବା, ଆୟ ବୃଦ୍ଧି ନିମନ୍ତେ ଗୋଷ୍ଠୀଭିତ୍ତିକ ସଂଗଠନ ଯଥା- କୃଷକ ଉତ୍ପାଦନ ସଂଘ / ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ / ପାଣିପଞ୍ଚାୟତ ଓ କୃଷି ଉଦ୍ୟୋଗ ଦ୍ୱାରା ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି, ବିପଣନ ଆଦିକୁ ପ୍ରୋତ୍ସାହିତ କରାଯିବ । କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡ. ସାହୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ରିହାତି ପ୍ରଦାନ ନିମନ୍ତେ ‘ଡିବିଟ୍‌ ଇନ୍‌ପୁଟ୍‌ ଓଡ଼ିଶା ପୋର୍ଟାଲ୍‌’ର ଶୁଭାରମ୍ଭ କରିଥିଲେ । ଆମ ରାଜ୍ୟରେ ଚଳିତ ୨୦୨୧-୨୨ ବର୍ଷ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ କୃଷି ଉପାଦାନ ଯଥା ଅଣୁସାର, ଜୀବାଣୁସାର, କୀଟନାଶକ ଆଦିର କ୍ରୟ ପାଇଁ ଦିଆଯାଉଥିବା ରିହାତିକୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ପ୍ରଦାନ କରାଯିବ । ଚାଷୀମାନେ ସରକାରୀ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ କୃଷି ଉପାଦାନ କ୍ରୟ କରିପାରିବେ । ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏହି ବ୍ୟବସ୍ଥାକୁ ପ୍ରସ୍ତୁତ ମୋବାଇଲ୍‌ ଆପ୍‌ ଓ େୱବ୍‌ ପୋର୍ଟାଲ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହା ଦ୍ୱାରା କୃଷକ କଲ୍ୟାଣକାରୀ ଯୋଜନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା କହିଲେ ଯେ ଓଡ଼ିଶାରେ ଅଧିକ ବୃଷ୍ଟିପାତ ହେଉଥିବା ଦୃଷ୍ଟିରୁ ବୃଷ୍ଟିଜଳକୁ ସଂରକ୍ଷଣ କରି ଚାଷ କାର୍ଯ୍ୟରେ ସୁବିନିଯୋଗ କରିବାର ଆବଶ୍ୟକତା ରହିଛି । ତେଣୁ, କେବଳ ଧାନ ଚାଷ ନକରି ଅଣଧାନ ଚାଷ କରି ଉପଲବ୍ଧ ଜଳର ଉଚିତ ବିନିଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ପ୍ରତି ଜଳବିନ୍ଦୁକୁ ଉଚିତ ବ୍ୟବହାର କରି ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ ଆମର ଲକ୍ଷ୍ୟ ହେବା ଉଚିତ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବା ସହିତ ଏହା ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କହିଲେ ଯେ ସମନ୍ୱିତ କୃଷି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ମାଧ୍ୟମରେ ଚାଷୀମାନଙ୍କର ଆୟ ବୃଦ୍ଧି କରିହେବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ ଫସଲ ବିବିଧିକରଣ ଦ୍ୱାରା ହେଉଥିବା ଲାଭର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ପରିଚାଳନା କରିଥିବାବେଳେ ଏଥିରେ ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀ ଓ ଚାଷୀମାନେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିବାବେଳେ ମନ୍ତ୍ରୀ ଡ. ସାହୁ ବିଭିନ୍ନ ଚାଷୀମାନଙ୍କ ସହିତ ପ୍ରକଳ୍ପ ସଂପର୍କରେ କଥା ହୋଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!