Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ସେବା ଲୋକାର୍ପିତ

by ସଞ୍ଜୟ ସ୍ୱାଇଁ
August 2, 2021
in Feature News
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ସେବା ଲୋକାର୍ପିତ
85
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟୟାମୂର୍ତ୍ତି ଡ. ଏସ୍‌. ମୁରଲୀଧର ବିଭିନ୍ନ ପ୍ରକାର ଇ-ସେବା କାର୍ଯ୍ୟକ୍ରମର ଉନ୍ମୋଚନ କରିଛନ୍ତି । ହାଇକୋର୍ଟ ମୋବାଇଲ୍‌ ଆପ୍‌, ଜିଲ୍ଲା ଏବଂ ସବ୍‌ ଅର୍ଡିନେଟ୍‌ କୋର୍ଟର ଜରିମାନା, ଭୁବନେଶ୍ୱର ଏବଂ କଟକ କମିଶନରେଟ୍‌ ପୋଲିସର ଟ୍ରାଫିକ୍‌ ଇ-ଚାଲାଣ ପାଇଁ ଭର୍ଚୁଆଲ୍‌ କୋର୍ଟ ଏବଂ ମୁଖ୍ୟ ବିଚାରପତିଙ୍କ କୋର୍ଟ ବିଚାରର ସିଧା ପ୍ରସାରଣ ଉଭୟ ଓକିଲ ଏବଂ ମକଦ୍ଦମାର ସଂପୃକ୍ତ ପକ୍ଷଙ୍କ ସୁବିଧା ପାଇଁ ନ୍ୟାୟପ୍ରଦାନ ଆଦି କାର୍ଯ୍ୟ ଏହି ଇ-ସେବା ପରିସରଭୁକ୍ତ ହେବ । ହାଇକୋର୍ଟ ଜଜ୍‌, ଜିଲ୍ଲା ଜଜ୍‌, ଆଡ୍‌ଭୋକେଟ୍‌ ଜେନେରାଲ୍‌, ପୋଲିସ୍‌ ଡିଜି, କଟକ-ଭୁବନେଶ୍ୱର ପୋଲିସ କମିଶନର, ରାଜ୍ୟ ପରିବହନ ଅଥରିଟିର କମିଶନର ତଥା ଅଧ୍ୟକ୍ଷ ଏବଂ ଅନ୍ୟ ଗଣ୍ୟମାନ୍ୟ ଅତିଥିଙ୍କୁ ସମ୍ବୋଧନ କରି ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଏସ୍‌. ମୁରଲୀଧର ବୈଷୟିକ ଜ୍ଞାନକୌଶଳର ପ୍ରାୟୋଗ ମାଧ୍ୟମରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ମାନ୍ୟବର ସୁପି୍ରମ୍‌କୋର୍ଟଙ୍କ ଇ-କମିଟିଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି । କୋର୍ଟ ବିଚାରର ସିଧାପ୍ରସାରଣ ଯୋଗୁଁ କୋର୍ଟର କାର୍ଯ୍ୟରେ ସ୍ୱଚ୍ଛତା ବଢ଼ିବା ସହ ଜନସାଧାରଣଙ୍କ ଭରସାଯୋଗ୍ୟ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ହାଇକୋର୍ଟର ସୂଚନା ପ୍ରଯୁକ୍ତି ଏବଂ ଇଣ୍ଟେଲିଜେନ୍ସ କମିଟି ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଶ୍ୱଜିତ୍‌ ମହାନ୍ତି, ପୂର୍ବତନ କମ୍ପୁ୍ୟଟର ତଥା ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାହାରୀ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ଏହି ବ୍ୟବସ୍ଥାର ଉପଯୋଗ ସଂପର୍କରେ ମତବ୍ୟକ୍ତ କରିଥିଲେ । ହାଇକୋର୍ଟ ମୋବାଇଲ୍‌ ଆପ୍‌, ଇ-ପେମେଣ୍ଟ ମାଧ୍ୟମରେ ଜରିମାନା ଆଦାୟ, ଭର୍ଚୁଆଲ୍‌ କୋର୍ଟ ସଂପର୍କରେ ସବିଶେଷ ତଥ୍ୟ କୋର୍ଟର େୱବ୍‌ସାଇଟ୍‌ରେ ଉପଲବ୍ଧ ହେଉଅଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!