Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଗଷ୍ଟରେ କରୋନାର ତୃତୀୟ ଲହର

by ସଞ୍ଜୟ ସ୍ୱାଇଁ
August 2, 2021
in Health, NATIONAL NEWS
ଅଗଷ୍ଟରେ କରୋନାର ତୃତୀୟ ଲହର
239
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତରେ କରୋନାର ଦ୍ବିତୀୟ ଲହରୀର ପ୍ରକୋପ ଏବେ ବି ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନି। ବିଶେଷଜ୍ଞମାନେ ତୃତୀୟ ଲହରୀକୁ ନେଇ ଚେତାବନୀ ଜାରି କରିଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଗଷ୍ଟ ମାସରେ କରୋନାର ତୃତୀୟ ଲହରୀ ଆସିପାରେ। ଯେଉଁଥିରେ ପ୍ରତିଦିନ ଏକ ଲକ୍ଷ କରୋନା ମାମଲା ଦେଖିବାକୁ ମିଳିପାରେ। ଏହା ସହିତ କୁହାଯାଉଛି ଯେ, ଖରାପ ସ୍ଥିତିରେ କରୋନାର ମାମଲା ଦେଢ ଲକ୍ଷ ପର୍ୟ୍ୟନ୍ତ ପହଁଞ୍ଚି ପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଗଷ୍ଟ ମାସ ଆରମ୍ଭରୁ ହେବାକୁ ଥିବା ତୃତୀୟ ଲହରୀ ଅକ୍ଟୋବରରେ ପିକ୍‌ରେ ଯାଇପାରେ। ଦ୍ବିତୀୟ ଲହରୀରେ ଅବ୍ୟବସ୍ଥିତ ସ୍ବାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ଖୁବ୍ ଭୟଙ୍କର ଥିଲା, ଯଦି ତୃତୀୟ ଲହରୀରେ ତା’ଠାରୁ ଅଧିକ ହୁଏ ତେବେ ଦେଶ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ। ହାଇଦ୍ରାବାଦ ଓ କାନପୁର ଆଇଆଇଟିରେ ମଥୁକୁମଲ୍ଲୀ ବିଦ୍ୟାସାଗର ଓ ମନିନ୍ଦ୍ର ଅଗ୍ରଓ୍ବାଲଙ୍କ ନେତୃତ୍ବରେ କରାଯାଇଥିବା ଷ୍ଟଡି ନେଇ ବ୍ଲୁମବର୍ଗ ସୂଚନା ଦେଇଛି ଯେ, କରୋନା ମାମଲାରେ ହେଉଥିବା ବୃଦ୍ଧି କରୋନା ମହାମାରୀର ତୃତୀୟ ଲହରୀକୁ ଆଗକୁ ବଢାଇବ। ଅକ୍ଟୋବରରେ ପିକ୍‌ରେ ପହଁଞ୍ଚିବ। ବିଶେଷଜ୍ଞଙ୍କ କହିବା ଅନୁସାରେ, କେରଳ ଓ ମହାରାଷ୍ଟ୍ରରେ ଯେଉଁଭଳି କରୋନା ମାମଲା ସାମନାକୁ ଆସୁଛି ସେଥିରୁ ସ୍ଥିତି ଖରାପ ହୋଇପାରେ। କରୋନାର ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀ ବିପଜ୍ଜନକ ହୋଇନପାରେ। କିନ୍ତୁ ବିଶେଷଜ୍ଞମାନେ କରୋନାର ସ୍ଥିତି ବିଷୟରେ ଯେଉଁ ଭଳି ଆକଳନ କରିଥିଲେ ତାହା ଏକ ଗାଣିତିକ ମଡେଲ ଉପରେ ଆଧାରିତ ଥିଲା । ମଇ ମାସରେ, ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର କହିଥିଲେ, ଯେ ଗାଣିତିକ ମଡେଲ ଉପରେ ଆଧାର କରି ଆଗାମୀ ଦିନରେ ଭାରତର କରୋନା ଭାଇରସ ପ୍ରକୋପ ବୃଦ୍ଧି ହୋଇପାରେ। ଭାରତରେ ରବିବାର କରୋନାର ୪୧,୮୩୧ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିବା ବେଳେ ୫୪୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେନ୍ଦ୍ର ସରକାର କେରଳ, ମହାରାଷ୍ଟ୍ର ଓ ପୂର୍ବୋତ୍ତର ରାଜ୍ୟ ସହିତ ୧୦ ରାଜ୍ୟକୁ ଚେତାବନୀ ଦେଇଛନ୍ତି ଯେ, ବଢୁଥିବା ସଂକ୍ରମଣ ଭିତରେ ତାଙ୍କୁ କରୋନାର ପ୍ରସାର ରୋକିବା ପାଇଁ ପଦକ୍ଷେପ ନେବା ଦରକାର।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!