Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତି ପ୍ରାୟ ୧୦ ଟା ସମୟରେ ଲୁଟିନେଲେ ଦୁର୍ବୃତ୍ତ ୫୦ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା

by ସଞ୍ଜୟ ସ୍ୱାଇଁ
August 2, 2021
in Crime, State
ରାତି ପ୍ରାୟ ୧୦ ଟା ସମୟରେ ଲୁଟିନେଲେ ଦୁର୍ବୃତ୍ତ ୫୦ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା
217
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ ଏହି ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ଜଣାଶୁଣା ବ୍ୟବସାୟୀ ତଥା ପୂର୍ବତନ ରୋଟାରୀ ସଭାପତିଙ୍କ ଘରୁ ଲୁଟ୍ ହୋଇଛି। ପାଖାପାଖି ୫୦ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଫୁଲବାଣୀ ସହରର ପଟାବାଲି ସାହିର ବ୍ୟବସାୟୀ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ଓ ବୋହୁ ସମସ୍ତେ ବ୍ରହ୍ମପୁର ଯାଇଥିଲେ। ବ୍ୟବସାୟୀ ପ୍ରଶାନ୍ତ ଏକୁଟିଆ ଘରେ ଥିବା ସମୟରେ ରାତି ପ୍ରାୟ ୧୦ଟା ସମୟରେ ତିନିଜଣ ଦୁର୍ବୃତ୍ତ ହଠାତ୍ ଘର ଭିତରକୁ ପଶିଆସିଥିଲେ। ପ୍ରଶାନ୍ତ ଏକୁଟିଆ ଥିବାର ସୁଯୋଗ ନେଇ ପ୍ରଶାନ୍ତଙ୍କୁ ବନ୍ଧୁକ ଦେଖାଇ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ଏହାପରେ ତାଙ୍କୁ ଟଙ୍କା ପଇସା କେଉଁଠି ଅଛି ବୋଲି ପଚାରିଥିଲେ। ପ୍ରଶାନ୍ତ ଜୀବନ ଭୟରେ କହି ଦେଇଥିଲେ। ଏହାପରେ ତିନିଜଣ ଦୃର୍ବୁତ୍ତ ଆଲମିରାର ଲକର ଭାଙ୍ଗି ପାଖାପାଖି ୫୦ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା ନେଇ ଚାଲିଯାଇଥିଲେ। ଏହାପରେ ପ୍ରଶାନ୍ତ ପାଣିଗ୍ରାହୀ ପୁଲିସକୁ ଏନେଇ ଖବର ଦେଇଥିଲେ। ଖବରପାଇ ଫୁଲବାଣୀ ଏସ.ଡି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ଓ ଟାଉନ୍ ଥାନା ଆଇ.ଆଇ.ସି ସୁଶାନ୍ତ କୁମାର ସେଠି ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଚୋର ଓ ଡକାୟତମାନଙ୍କ ସନ୍ଧାନ ମିଳିନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!