ଭବାନୀପାଟଣା, (ବାଘୁଆବାର୍ତ୍ତା): ଲକଡାଉନ୍ ବେଳେ ବଢ଼ିଛି ଗଞ୍ଜେଇ ଚୋରା ଚାଲାଣ । କଳାହାଣ୍ଡି ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଧରିଲା କୋକସରା ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପେଟ୍ରୋଲିଂ ବେଳେ ପୋଲିସ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଅଟକାଇଥିଲା । କିନ୍ତୁ ବୋଲେରୋଟି ନ ଅଟକିବାରୁ ପିଛା କରିଥିଲା ପୋଲିସ । ଏତିକିବେଳେ ଡ୍ରାଇଭର ଗାଡ଼ିକୁ ସିର୍ଲିଗୁଡା ଟେମେରା ଭାଟି ଛକରେ ଛାଡି ଚମ୍ପଟ ମାରିଥିଲା । ଏତିକିବେଳେ ଖସି ନପାରି ପୋଲିସ ହାବୁଡ଼ରେ ପଡ଼ିଥିଲେ ୩ ଅଭିଯୁକ୍ତ । ବୋଲେରୋ ଭିତରୁ ପାଖାପାଖି ୪୫.୩୭୫ କିଲୋ ଗଞ୍ଜେଇ ଜବତ ହୋଇଛି । ୩ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଗାଁର ଭିକାରୀ ଖରା , ଗୋବିନ୍ଦ ପୂଝାରୀ ଓ ଅନ୍ୟ ଜଣେ ଯୁବକ ଅଠାଗୁଡା ଗାଁର ଶଙ୍କର ରାଓ କୁଡ଼ା । କୋକସରା ଥାନାରେ ମାମଲା ରୁଜୁ ସହ ଅଧିକ ଖୋଳତାଡ ଜାରି ରହିଛି ।





