Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖାଇବାକୁ ନ ଦେବାରୁ ଗୁଳିକରି ଢାବା ମାଲିକାଣୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
August 1, 2021
in Crime, State
ଖାଇବାକୁ ନ ଦେବାରୁ ଗୁଳିକରି ଢାବା ମାଲିକାଣୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
366
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁର ଏକ ଢାବାରେ କୌଣସି କାରଣକୁ ନେଇ ଦୁର୍ବୃତ୍ତମାନେ ଗୁଳି ମାଡ କରିଛନ୍ତି । ଏଥିରେ ଢାବା ମାଲିକାଣୀ ବାସନ୍ତୀ ମେହେର(୪୨) ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରେ ଖଡ଼ିଆଳ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ଥାନାଧିକାରୀ କୈଳାଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ଖଡ଼ିଆଳ-ସିନାପାଲି ରାସ୍ତାର ଡୁଆଝର ଗାଁ ମୁଣ୍ଡ ମଦଭାଟି ନିକଟରେ ଏକ ଅପନା ଢାବା ରହିଛି । ଶନିବାର ରାତି ପ୍ରାୟ ୯ଟାରେ ଢାବାର ମାଲିକାଣୀ ବସନ୍ତୀ ମେହେର ଓ ସ୍ୱାମୀ ବିଭୀଷଣ ମେହେର ଢାବାକୁ ବନ୍ଦ କରି ନିଜ ପାଇଁ ଖାଇବା ତିଆରି କରୁଥିଲେ । ଏହି ସମୟରେ ଖଡ଼ିଆଳ ପଟୁ ୨ଜଣ ଯୁବକ ଏକ ବାଇକରେ ସିନାପାଲି ପଟେ ଯାଉଥିଲେ । ବାଇକ ପଛପଟେ ବସିଥିବା ଯୁବକ ଜଣକ ମଦ ବୋତଲ ଧରି ପିଉଥିଲେ । ଏହି ଦୁଇଜଣ ଯୁବକ ଢାବାରେ ଅଟକି ଖାଇବା ପାଇଁ ମାଗିଥିଲେ । ହେଲେ ଢାବା ମାଲିକାଣୀ ବାସନ୍ତୀ ଖାଇବା ହେବନାହିଁ । ଢାବା ବନ୍ଦ ହେଲାଣି ଓ ଆମ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛୁ ବୋଲି ଉତ୍ତର ଦେଇଥିଲେ । ହେଲେ ଦୁଇଜଣ ଯୁବକ ଖାଇବା ପାଇଁ ଜୋରଜବରଦସ୍ତି କରିବା ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ । ଏଥିରେ ଜଣେ ଯୁବକ ଉତ୍ତ୍ୟକ୍ତ ହୋଇ ବିୟର ବୋତଲକୁ ଭାଙ୍ଗି ଦେଇଥିଲେ । ପରେ ଉଭୟ ପକ୍ଷରୁ ଯୁକ୍ତିତର୍କ ବଢ଼ିବାରୁ ଜଣେ ଯୁବକ ପକେଟରୁ ପିସ୍ତଲ କାଢି ଗୁଳିଚଳାଇ ଥିଲେ । ଏହି ଗୁଳି ବାସନ୍ତୀଙ୍କ ଛାତିରେ ଲାଗିଥିଲା । ଗୁଳି ମାଡକରି ଦୁଇ ଯୁବକ ଫେରାର ହୋଇଥିଲେ । ଢାବା ମାଲିକାଣୀ ବସନ୍ତୀଙ୍କୁ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବାସନ୍ତୀଙ୍କ ମୃତ୍ୟୁ ହୋଇଥିଲା । ତେବେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!