ବଜାର ଗୃହର ଶୁଭ ଉଦଘାଟନ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରବ୍ଲକ ଲାଠିପଡ଼ା ପଞ୍ଚାୟତରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲାଠିପଡ଼ା ଉଚ୍ଚ ବିଦ୍ୟାଳୟରେ ବିଧାୟକ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହ ବୃକ୍ଷରୋପଣ କରିଛନ୍ତି । ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଥିବା ଉତ୍କଳ ଘଣ୍ଟ ଯଦୁମଣୀ ମହାପାତ୍ର, ଉତ୍କଳମଣୀ ଗୋପବନ୍ଧୁ ଦାଶ, ଉତ୍କଳ ଗୈାରବ ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ପଠାଣି ସାମନ୍ତ, ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍ କାଲାମ, ପଣ୍ଡିତ ଜବହାରଲାଲ ନେହେରୁ, ପ୍ରାକ୍ତନ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଥିଲା ।
ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଯୋଜନାରେ ନିର୍ମାଣ ହୋଇଥିବା ବଗିଚାକୁ ମଧ୍ୟ ବୁଲି ଦେଖିଥିଲେ । ସେହିଭଳି ଭାବେ ଲାଠିପଡ଼ା ହସ୍ପିଟାଲର ନବ ନିର୍ମିତ କୋଠାକୁ ମନ୍ତ୍ରୀ ଉଦଘାଟନ କରିଥିବା ଜଣାଯାଇଛି । ଲାଠିପଡ଼ାଠାରେ ନିର୍ମାଣ ହୋଇଥିବା ମାର୍କେଟ କମ୍ଲେସ୍କକୁ ମଧ୍ୟ ଉଦଘାଟନ କରାଯାଇଛି । ନୀଳକଣ୍ଠେଶ୍ୱର ମନ୍ଦିର କୋଠାକୁ ମଧ୍ୟ ଉଦ୍ଘାଟନ କରାଯାଇଥିବା ଜଣାଯାଇଛି ।
ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ସ୍ୱେତାଲୀନା ସାହୁ, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଉପାଧ୍ୟକ୍ଷ ସୁବାସ କହଁର, ଜିଲ୍ଲା ପରିଷଦ ସଭ୍ୟ ଅରୁଣା ନାୟକଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।







