Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
July 31, 2021
in Crime, State
ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ
74
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କୁ ଖଣି ମାଫିଆ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏନେଇ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକ । ଅଭିଯୋଗ ପାଇବା ପରେ ଖଇରା ପୁଲିସ ଦୁଇଜଣଙ୍କୁ ଆକ୍ରମଣକାରୀଙ୍କୁ ଗିରଫ କରିଛି । ଗତକାଲି ଖଇରା ତହସିଲ ଗଡ଼ପୋଖରୀ ଅଞ୍ଚଳରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ନେଇ କୁପାରି ଆରଆଇ ଖବରପାଇ ଆରଆଇ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ତହସିଲକୁ ଆଣୁଥିଲେ । ଏହି ସମୟରେ ଅର୍ଜୁନପୁର ଛକ ନିକଟରେ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଏହାର ଫଟୋ ଉତ୍ତୋଳନ କରୁଥିବା ଦେଖି ବାଇକରେ ଆସୁଥିବା ଦୁଇଜଣ ଖଣିମାଫିଆ ଗଡ଼ପୋଖରୀ ଗାଁର ମୁରଲୀ ଦଳେଇ, ମାଧବ ଦଳେଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଏକ ଲୁହା ବେଲଚା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସାମ୍ବାଦିକଙ୍କର ପେଟ ଓ ଆଣ୍ଠୁରେ ଗଭୀର ଆଘାତ ହୋଇଥିଲା । ଆକ୍ରମଣ କରି ମାଫିଆମାନେ ସେଠାରୁ ଫେରାର ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଶ୍ରୀ ଦାସଙ୍କୁ ଖଇରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ । ପରେ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଥାନା କର୍ମଚାରୀମାନେ ଗଡ଼ପୋଖରୀ ଗ୍ରାମକୁ ଯାଇ ଅଭିଯୁକ୍ତ ମାନଙ୍କୁ ଧରି ଥାନାକୁ ଆଣୁଥିବା ବେଳେ ଥାନା କର୍ମଚାରୀ ମାନଙ୍କୁ ଆକ୍ରମଣ କରି ଖସି ପଳାଇଥିଲେ । ପରେ ପୋଲିସ ସମ୍ପୃକ୍ତ ଦୁଇଜଣ ଆକ୍ରମଣ କାରୀଙ୍କୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!