ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୋତରଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରିଥିବା ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ଏବଂ କଳା ଶିକ୍ଷକ ଅରୁଣ କୁମାର ବେହେରାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ନିର୍ଦ୍ଦେଶକ ନିଲମ୍ବନ କରିଥିବା ସୂଚନା ମିଳିଛି । ଏହି ଦୁଇ ଶିକ୍ଷକ ନୋତର ବିଦ୍ୟାଳୟ ପରିବର୍ତ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଲମ୍ବନ ସମୟରେ କାର୍ଯ୍ୟ କରିବାକୁ କୁହାଯାଇଛି । ଛାତ୍ର ଛାତ୍ରୀଙ୍କୁ ଦୁଇ ଘଣ୍ଟା ବାହାରେ ଛିଡ଼ା କରିବା ଏବଂ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଆକ୍ରମଣ କରିବା ନେଇ ଅଭିଯୋଗ ରହିଥିଲା ।






