Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ କହିଲେ-କର୍ମ କରିଥିଲେ ସିନା ଫଳ ପାଇଥାନ୍ତା

by ସଞ୍ଜୟ ସ୍ୱାଇଁ
July 30, 2021
in Sports, State
ମା’ କହିଲେ-କର୍ମ କରିଥିଲେ ସିନା ଫଳ ପାଇଥାନ୍ତା
885
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଟୋକିଓ ଟ୍ରାକରେ ୧୦୦ ମିଟର ରାଉଣ୍ଡରେ ଦୌଡ଼ିଥିଲେ ଓଡ଼ିଆ ଝିଅ ଦୂତି ଚାନ୍ଦ। ହେଲେ କ୍ବାଲିଫାଏ କରିବାରେ ବିଫଳ ହୋଇଥିଲେ ଦୂତି। ଯାହାରିଫଳରେ ଦୂତିଙ୍କ ପରିବାର ଓ ଯାଜପୁରରେ ଥିବା ତାଙ୍କ ଗ୍ରାମବାସୀ ନିରାଶ ହୋଇଛନ୍ତି। କେବଳ ସେତିକି ନୁହେଁ କିଟ୍‌ ଓ ଦୂତିଙ୍କ କୋଚଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର ଲୋକେ। ଦୂତି ଟ୍ରାକକୁ ଓହ୍ଲାଇବା ପୂର୍ବରୁ ସଫଳତା କାମନା କରି ତାଙ୍କ ମା’ ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିଥିଲେ। ଏହାସହ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା। ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ ଦୂତିଙ୍କ ନିଜ ଗାଁ ଚକଗୋପାଳପୁର ଗାଁରେ ପହଞ୍ଚି ମଲିଆବୁଢି ଗ୍ରାମଦେବୀଙ୍କ ନିକଟରେ ତାଙ୍କ ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ହେଲେ ଦୂତି ଟ୍ରାକରେ କମାଲ କରିବାରେ ବିଫଳ ହୋଇଥିଲେ। ଦୂତିଙ୍କ ମା’ ଅଖଜି ଚାନ୍ଦ ଗଣମାଧ୍ୟମକୁ କହିଛନ୍ତି ଯେ, “କର୍ମ କରିଥିଲେ ସିନା ଫଳ ପାଇଥାନ୍ତା, ସେ ତ କର୍ମ କରିନି ମୁଁ ଠାକୁରଙ୍କୁ ଡାକିଲେ କଣ ହେବ।” ଏହାସହିତ ୨୦୦ ମିଟର ଇଭେଣ୍ଟରେ ଦୂତି ଦମଦାର ପ୍ରଦର୍ଶନ କରି ଓଡ଼ିଶା ଓ ଭାରତର ନାଁ ରଖିବେ ବୋଲି ପରିବାର ଲୋକେ ଆଶା କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କଲେ ଦୂତି। ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ୧୧.୫୪ ସେକେଣ୍ଡ ନେଇଥିଲେ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ଧୂଳିସାତ ହୋଇଛି । ଶହେ ମିଟରରେ ଦୌଡ଼ିଥିବା ମୋଟ୍ ୫୪ ପ୍ରତିଯୋଗୀଙ୍କ ଭିତରେ ଦୂତୀ ୪୫ତମ ସ୍ଥାନରେ ରହିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!