ଦାରିଙ୍ଗବାଡି, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଅଘଟଣା । ରାଇକିଆ ଥାନାରେ ଜଣେ କାର୍ୟ୍ୟରତ ମହିଳା ଗୃହରକ୍ଷୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି। ପିଡିତା ମହିଳା ଜଣଙ୍କ ଜାନୁଆରୀ ୯ ତାରିଖରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଦିନ ପରେ ଘଟଣାର ତଦନ୍ତ କରି ରାଇକିଆ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ଖଜୁରୀପଡ଼ା ଥାନା ଅଞ୍ଚଳର କୁନା ଦିଗାଳ ବୋଲି ରାଇକିଆ ପୋଲିସ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।





