କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନାରେ ରୋଗୀ ଚିକିତ୍ସା ଚାଲିଥିବା ବେଳେ ହଠାତ୍ ସିଲିଂ ଫ୍ୟାନ ଅଚାନକ ଗଳି ପଡ଼ିଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ରୋଗୀ ଓ ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱର୍ଡ(ମହିଳା)ରେ ଡାକ୍ତର ସଞ୍ଜିତ ସେଠୀ ରୋଗୀ ଚିକିତ୍ସା କରୁଥିଲେ। ଏହି ସମୟରେ ଅଚାନକ ଏକ ସିଲିଂ ଫ୍ୟାନ ଛିଣ୍ଡି ରୋଗୀଙ୍କ ବେଡ୍ ଉପରେ ପଡ଼ିଥିଲା। ଫଳରେ ବେଡ୍ରେ ଥିବା ଜଣେ ମହିଳା ରୋଗୀ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଏହି ଘଟଣା ପରେ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଖାଦେଇଛନ୍ତି। ଡାକ୍ତରଖାନାର ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ବର୍ଷକୁ ଲକ୍ଷାଧିକ ଟଙ୍କା ଆସୁଥିଲେ ବି ସଠିକ ଢଙ୍ଗରେ ବିନିଯୋଗ ହେଉନଥିବା ଅଭିଯୋଗ ହେଉଛି। କେନ୍ଦ୍ରାପଡ଼ା ସିଡିଏମଓ ଡାକ୍ତର ଅନୀତା ପଟ୍ଟନାୟକଙ୍କୁ ପଚାରିବାରୁ ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।





