ଜୟପୁର, (ବାଘୁଆବାର୍ତ୍ତା): ଜୟପୁର କାଳିଆ ପେଟ୍ରୋଲ ପମ୍ପ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କ୍ଷ ମୃତ ବ୍ୟକ୍ତିଙ୍କ ବୟସ ୪୫ରୁ ୫୦ବର୍ଷ ମଧ୍ୟରେ ହେବ ବୋଲି ଜୟପୁର ଟାଉନ ପୋଲିସ ସୂଚନାରୁ ଜଣାପଡିଛି କ୍ଷ ବ୍ୟକ୍ତି ଜଣକ ଜଣେ ହାତ ଦେଖା ଜୋତିଶ କ୍ଷ ଦିନଯାକ ବିଭିନ୍ନ ସ୍ଥାନରେ ବୁଲା ବୁଲି କରି ପେଟ୍ରୋଲ ପମ୍ପ ନିକଟରେ ଥିବା ଗୋଟିଏ ଚା ଦୋକାନ ପିଣ୍ଡାରେ ଗତ ମାସେ ହେଲା ରାତ୍ରିରେ ରହି ଆସୁଥିଲେ କ୍ଷ ତେବେ ଗତ ରାତ୍ରିରେ କେହି ଦୃର୍ବୁତ୍ତ ତାଙ୍କୁ ଇଟାରେ ଛେଚି ହତ୍ୟା କରିଛି କ୍ଷ ବ୍ୟକ୍ତିଙ୍କ ପରିଚୟ କିମ୍ବା ହତ୍ୟାର କାରଣ ଜଣା ପଡ଼ିନାହିଁ କ୍ଷ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରି ଶବ ଜବତ କରିଛି।





