ଉଦଳା, (ବାଘୁଆବାର୍ତ୍ତା): ମନ୍ଦିର ପରିସରରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କଲେ ୩ କାମାନ୍ଧ। ଦୁଷ୍କର୍ମ ପରେ ଭାଇରାଲ୍ କଲେ ଭିଡିଓ। ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି। ଖୁଣ୍ଟା ଥାନା ପୋଲିସ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି। ଖୁଂଟା ଥାନା ଡୁକୁରା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ତିନି ଜଣ ବ୍ୟକ୍ତି ଏକ ମନ୍ଦିର ପରିସରରେ ଥିବା ଭଙ୍ଗା ଘର ଭିତରେ ଦୁଷ୍କର୍ମ କରିଥିଲେ । ଏହାପରେ ମହିଳାଙ୍କ ଭିଡିଓ ଭାଇରାଲ କରିଥିଲେ । ଏହି ଭାଇରାଲ ଭିଡିଓ ଖୁଂଟା ପୋଲିସ୍ ହାତରେ ଲାଗିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ଛାନଭିନ୍ କରିଥିଲା । ଏହି ମାମଲାର ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣ ହେଲେ ଡୁକୁରା ଅଞ୍ଚଳର ଦିଲ୍ଲୀପ ଚକ୍ର, ବୈରାଗୀ ମହାନ୍ତି ଏବଂ ବିଜୟ କୁମାର ସାହୁ । ଏହି ତିନି ଜଣ ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଭିଡିଓ ସୁଟିଂ କରିଥିଲେ । ତେବେ ସେହି ଚତୁର୍ଥ ବ୍ୟକ୍ତି ଯିଏ କି ଭିଡିଓ ସୁଟିଂ କରିଥିଲେ ତାଙ୍କୁ ପୋଲିସ ଖୋଜୁଛି। ଏଭଳି ହୀନ ମାନସିକତାର କାମାନ୍ଧ ବ୍ୟକ୍ତିମାନେ ଜଣେ ବିବାହିତା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର କରିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।





