ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ଛାତ୍ର ସଂଗଠନ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ପଦବୀରୁ ବହିଷ୍କୃତ କରାଯାଇଥିବା ଜଣାଯାଇଛି । ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା ତାଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶୃଙ୍ଖଳିତ ଆଚରଣ ଏବଂ କାର୍ଯ୍ୟ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।






