Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ୟୁସନ ପଢି ଆସୁଥିବା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
July 29, 2021
in Crime, NATIONAL NEWS
ଟ୍ୟୁସନ ପଢି ଆସୁଥିବା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ ସ୍ତ୍ରୀ
266
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମୋ ସ୍ୱାମୀ ଟ୍ୟୁସନ ପଢି ଆସୁଥିବା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । ଯେତେ କହିଲେ ସୁଧୁରୁ ନାହାଁନ୍ତି । ମୋ ନ୍ୟାୟ ଦରକାର । ଏପରି ଅଭିଯୋଗ କରି ଥାନାରେ ପହଁଚିଛନ୍ତି ଜଣେ ମହିଳା । ଅଭିଯୋଗ ପରେ ରାଜସ୍ଥାନର ମାନୋସରୋବର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଜୟପୁରର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀ ଘରକୁ ଛାତ୍ରୀଙ୍କୁ ଟ୍ୟୁସନ କରିବାକୁ ଡାକନ୍ତି । ସେମାନଙ୍କ ସହ ସେ ଶାରୀରିକ ସମ୍ପର୍କ ରଖୁଛନ୍ତି । ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମରାଯାଉଛି । ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ, ସ୍ୱାମୀ ଜଣେ ସରକାରୀ ସ୍କୁଲର ଶିକ୍ଷକ । ତାଙ୍କ ଚରିତ୍ର ଭଲ ନୁହେଁ । ଟ୍ୟୁସନ ଆସୁଥିବା ଛାତ୍ରୀମାନେ ନିଜକୁ ସୁରକ୍ଷିତ ରଖିବା ଉଚିତ । ଆହୁରି ମଧ୍ୟ ସ୍କୁଲର ଛୋଟ ଝିଅଙ୍କୁ ମଧ୍ୟ ସେ ଘରକୁ ଡାକି ଶାରୀରିକ ନିର୍ୟାତନା ଦେଇଥାନ୍ତି । ପ୍ରଥମେ ତାଙ୍କୁ ଏହା ଅଜବ ଲାଗୁଥିଲା । ପରେ ମାତ୍ରାଧିକ ହୋଇଥିଲା । ଯଦି କୌଣସି ଛାତ୍ରୀ ଏହାର ବିରୋଧ କରେ ସେ ପରୀକ୍ଷାରେ ନମ୍ବର କାଟି ଦିଅନ୍ତି । ଏନେଇ ସେ ପ୍ରତିବାଦ କଲେ ତାଙ୍କୁ ସ୍ୱାମୀ ମାଡ ମାରୁଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଗତ ୨୬ ତାରିଖରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ପୋଲିସ ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି । ଏହାସହ ସମସ୍ତ ଟ୍ୟୁସନ ଛାତ୍ରୀଙ୍କ ବୟାନ ପୋଲିସ ରେକର୍ଡ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!