Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୌମ୍ୟଙ୍କ ମୃତ୍ୟୁର କାରଣକୁ ଚାପି ଦେଉଛି ପୋଲିସ

by ସଞ୍ଜୟ ସ୍ୱାଇଁ
July 29, 2021
in Crime, State
ସୌମ୍ୟଙ୍କ ମୃତ୍ୟୁର କାରଣକୁ ଚାପି ଦେଉଛି ପୋଲିସ
111
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୁଲିସ । ସହାୟତା କରୁଛି କ୍ରାଇମବ୍ରାଞ୍ଚ୍‌। ଘଟଣାକୁ ୧୮ ଦିନ ବିତିସାରିଥିଲେ ମଧ୍ୟ ଘଟଣାର ରହସ୍ୟ ଉପରୁ ପରଦା ହଟିପାରିନାହିଁ । ସେପଟେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ଏବଂ ଆଇନଜୀବୀ । ପାରଳା ପୁଲିସ ଇତି ମଧ୍ୟରେ ୪ଟି ଜିଲ୍ଲା ବୁଲି ତଦନ୍ତ କରିଛି, କିନ୍ତୁ କୌଣସି ଠାରୁ ମଧ୍ୟ କିଛି ବିଶେଷ ସୁରାକ ପାଇନାହିଁ। ଏହାରି ଭିତରେ ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛି । ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରଳାଖେମୁଣ୍ଡିର ଆଇନଜୀବୀ କୃଷ୍ଣମୋହନ ପଟ୍ଟନାୟକ । ସେ କହିଛନ୍ତି, ପୁଲିସ ପ୍ରଥମ ଦିନରୁ ହିଁ ତଦନ୍ତରେ ଅବହେଳା କରିଛି । ଯେଉଁ ଘଟଣାରେ ଡିଏଫଓଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି, ସେହି ସମୟରେ ତାଙ୍କ କାର୍ୟ୍ୟାଳୟରେ ଘଟଣାସ୍ଥଳ କୁହାଯାଉଥିବା ସୌମ୍ୟଙ୍କ ସରକାରୀ ବାସଭବନର ଚାବି ରହିବା ନିଶ୍ଚିତ ସନ୍ଦେହ ଜନକ । ତଦନ୍ତ ପକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ସାହୁ । ୩୦୨ ଓ ୧୨୦ (ବି) ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ଜେରାରେ ବିଳମ୍ବ ହୋଇଥିବା ଏବଂ ସେମାନଙ୍କୁ ନିଜ କାର୍ୟ୍ୟାଳୟ ବା ଘରେ ପଚରାଉଚରା ନକରି ଥାନାରେ କରିବା ଉଚିତ ଥିଲା ବୋଲି କହି ଏନେଇ ସେ କ୍ରିମିନାଲ୍‌ ପ୍ରୋସିଡିଓର ସେକ୍ସନ୍‌ ୧୬୦ର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ହଷ୍ଟେଲ୍‌ରେ ବିଦ୍ୟାଭାରତୀଙ୍କ ରୁମ୍‌ ସିଲ୍‌ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ତାଙ୍କ କ୍ୱାର୍ଟର୍ସ ଚାବି ଡିଏଫ୍‌ଓ କାର୍ୟ୍ୟାଳୟରେ ରହିବା ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଉଛି । ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଘଟଣାସ୍ଥଳ ଓ ତଦନ୍ତ ପ୍ରକ୍ରିୟା ସମୀକ୍ଷା ପରେ ତଦନ୍ତର ଅନେକ ଦିଗ ବାକି ଅଛି ବୋଲି କହିବାର ଦିନକ ପରେ ଏସ୍‌ପି ତପନ କୁମାର ପଟ୍ଟନାୟକ ତୁରନ୍ତ ଡିଏଫ୍‌ଓଙ୍କୁ ଏକ ପ୍ରକାର କ୍ଲିନ୍‌ ଚିଟ୍‌ ଦେବା, ପୁଣି ପରଦିନ ତଦନ୍ତ ଜାରି ରହିଥିବା ବୋଲି କହିଥିଲେ । ଯାହାକୁ ନେଇ ପୁଲିସ ତରବରିଆ ମନ୍ତବ୍ୟ ଦେଉଛି ବୋଲି କହିଛନ୍ତି ପୂର୍ବତନ ଆଇଜି ବିପ୍ରଚରଣ ଅ।।ଚାର୍ୟ୍ୟ । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଡିଏଫ୍‌ଓଙ୍କୁ ନିଜ କାର୍ୟ୍ୟାଳୟରେ ଜେରା ନକରି ପୁଲିସ ଥାନାକୁ ଡକାଯିବା ଉଚିତ ଥିଲା ବୋଲି ସେ କହିଛନ୍ତି । ସୌମ୍ୟଙ୍କ କ୍ୱାର୍ଟର୍ସ କ୍ରାଇମ୍‌ ସିନ୍‌ ବୋଲି ପୁଲିସ ସ୍ପଷ୍ଟ କରିଥିବାବେଳେ ଏ ନେଇ ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଥିବା ସେ କହିଛନ୍ତି । ଯଦି ସୌମ୍ୟ ଆତ୍ମହତ୍ୟା କରିବା ବି ବିଶ୍ୱାସ କରାଯାଏ ତେବେ ୯୫ ପ୍ରତିଶତ ପୋଡ଼ି ଯାଉଥିବାବେଳେ ଜଣେ କେବେ ସ୍ଥିର ହୋଇ ରହିପାରିବନାହିଁ ଏବଂ ସେ ସାହାଯ୍ୟ ପାଇଁ ଚିତ୍କାର କରିବ । ଫଳରେ ଘରର ଅନ୍ୟ ଆସବାବପତ୍ରରେ ବି ନିଆଁର ଚିହ୍ନ ରହିବା କଥା ବୋଲି ସେ କହିଛନ୍ତି । ଘଟଣାରେ ସିଡିଆର୍‌ (କଲ୍‌ ଡିଟେଲ୍‌ ରିପୋର୍ଟ) ଯାଞ୍ଚ କଥା କହୁଛି ପୁଲିସ । କେଉଁ ନମ୍ବରର ସିଡିଆର୍‌ ଯାଞ୍ଚ କରିଛି ପୁଲିସ ତାହା ପ୍ରଶ୍ନବାଚୀ । କାରଣ ଜଣେ ଅପରାଧୀ କେବେ ବି ନିୟମିତ ବ୍ୟବହାର କରୁଥିବା ମୋବାଇଲ୍‌ ଅପରାଧ ସମୟରେ ବ୍ୟବହାର କରିବା ସମ୍ଭାବନା ଖୁବ କମ୍‌ । ଏହି ଦିଗ ପ୍ରତି ପୁଲିସ ଦୃଷ୍ଟି ଦେଇଛି କି ନାହିଁ ତାହା ପ୍ରଶ୍ନବାଚୀ । ଉଭୟ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ଅନେକ ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ସୌମ୍ୟ ଭଲପାଉଥିବା ଲେଖୁଥିବାବେଳେ ବିଦ୍ୟାଭାରତୀ କେବଳ ଘୃଣା କଥା ହିଁ ଲେଖୁଥିବା ନଜିର ରହିଛି । ଏସବୁ ଚିଠିକୁ ପୁଲିସ ଜବତ କରି ତଦନ୍ତ ପରିସରଭୁକ୍ତ କରିଛି କି ନାହିଁ ତାହା ଏଯାଏଁ ଅସ୍ପଷ୍ଟ । ତେଣୁ ପୁଲିସ ଏହି ଘଟଣାର ତଦନ୍ତ ଆଜିଯାଏଁ ସଠିକ ରାସ୍ତାରେ କରିନଥିବା ସେ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!