ଭୁବନେଶ୍ବର,(ବାଘୁଆବାର୍ତ୍ତା): ଆସନ୍ତାକାଲି ହେବ ମାଟ୍ରିକ ଅଫଲାଇନ୍ ପରୀକ୍ଷା। ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଏଥିପାଇଁ ବୋର୍ଡ଼ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବୋର୍ଡ଼ ସଭାପତି ରମାଶିଷ ହାଜରା ସୂଚନା ଦେଇ କହିଛନ୍ତି କି କୋଭିଡ଼ ଗାଇଡ଼ଲାଇନ କଡ଼ାକଡ଼ି ଭାବେ ପାଳନ କରାଯାଇ ପରୀକ୍ଷା କରାଯିବ। ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଏହା ସହ ଜିଲ୍ଲା ପ୍ରସାଶନ ପକ୍ଷରୁ କୋଭିଡ଼ ସ୍କ୍ବାର୍ଡ ଗଠନ କରାଯାଇ କଟକଣା ଅନୁଧ୍ୟାନ କରାଯିବ। ମାତ୍ର ୩୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି।






