Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ରଥଯାତ୍ରାର ସାଂସ୍କୃତିକ ହେତୁ’ ଶୀର୍ଷକ ଆଲୋଚନା

by ସଞ୍ଜୟ ସ୍ୱାଇଁ
July 28, 2021
in Feature News
‘ରଥଯାତ୍ରାର ସାଂସ୍କୃତିକ ହେତୁ’ ଶୀର୍ଷକ ଆଲୋଚନା
44
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆମ ସଂସ୍କୃତି ହେଉଛି ସମୂହବାଦର ସଂସ୍କୃତି । ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଯୋଗ ଦେଇଥାନ୍ତି । ଜଗନ୍ନାଥ ମହାପ୍ରଭୁଙ୍କର ରହିଥିବା ଦ୍ୱାଦଶ ମହୋତ୍ସବ ମଧ୍ୟରୁ ଦୁଇଟିରେ ସେ ସ୍ୱୟଂ ଲୀଳା ପ୍ରକଟ କରିଥାନ୍ତି । ଶାସ୍ତ୍ରାଚାର ଓ ଲୋକାଚାର ଉଭୟ ତାଙ୍କୁ ପୁରୁଷୋତ୍ତମ ତତ୍ତ୍ୱରେ ସାବଲୀଳ ସମ୍ମାନ ଦିଅନ୍ତି । ରଥଯାତ୍ରା ଶାସ୍ତ୍ରାଚାର ଓ ଲୋକାଚାର ପରି ଦୁଇଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ବୋଲି ବିଶିଷ୍ଟ ଆଲୋଚକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ମତପ୍ରଦାନ କରିଛନ୍ତି । ରାଜ୍ୟ ଅଭିଲେଖାଗାରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଅନୁଷ୍ଠିତ ୫୩ତମ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡା. ଷଡ଼ଙ୍ଗୀ ଉପରୋକ୍ତ ମର୍ମରେ ରଥଯାତ୍ରାର ସାଂସ୍କୃତିକ ହେତୁ ଉପରେ ବକ୍ତବ୍ୟ ରଖିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ରଥଯାତ୍ରାର ସ୍ୱାତନ୍ତ୍ର୍ୟ ଉପରେ ଆଲୋକପାତ କରିବା ସହିତ ଆମ ଜନଜୀବନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା ଯଥେଷ୍ଟ ମାତ୍ରାରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରଭାବ ବିସ୍ତାର କରିଛି ବୋଲି ପ୍ରକାଶ କରିଥିଲେ । ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ଓ ରଥଯାତ୍ରାକୁ ସାର୍ବଜନୀନ ଉତ୍ସବ ଭାବରେ ଅଭିହିତ କରିଥିଲେ । ମୁଖ୍ୟ ବକ୍ତା ଡ. ଷଡ଼ଙ୍ଗୀ ଶାସ୍ତ୍ର ଦୃଷ୍ଟିରୁ ଓ ଲୋକସଂସ୍କୃତି ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସାଂସ୍କୃତିକ ମହତ୍ତ୍ୱଗୁଡ଼ିକ ଉପରେ ଉଲ୍ଲେଖ କରିବାକୁ ଯାଇ କହିଥିଲେ ଯେ ଜଣେ ରାଜା ଯେପର୍ଯ୍ୟନ୍ତ ସାଧାରଣ ଜନଜୀବନଠାରୁ ଦୂରରେ ରହି କେବଳ ରାଜକୀୟ ଐଶ୍ୱର୍ଯ୍ୟରେ ବୁଡ଼ିରହେ ଓ ସାଂସ୍କୃତିକ ଜୀବନର ପ୍ରକୃତ ସ୍ୱାଦ ଅନୁଭବ କରିପାରେ ନାହିଁ, ସେତେବେଳ ପର୍ଯ୍ୟନ୍ତ ସେ ଜନଜୀବନର ସୁଖଦୁଃଖକୁ ସମାହିତ କରିପାରିବ ନାହିଁ କି ଯଥାର୍ଥ ରାଜା ହୋଇପାରିବ ନାହିଁ । ଜୀବନର ଉତ୍‌ଥାନ ଓ ପତନକୁ ସମଦୃଷ୍ଟିରେ ଦେଖିବାକୁ ଅର୍ଥାତ୍‌ ସ୍ଥିତପ୍ରଜ୍ଞ ହେବା ପାଇଁ ରଥଯାତ୍ରାର ସାଂସ୍କୃତିକ ସନ୍ଦେଶ ସମସ୍ତଙ୍କୁ ପ୍ରଚୋଦିତ କରିଛି । ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ୍‌ ଅଲ୍ଲୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶ୍ରୀ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!