Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅତିବଡ଼ୀ ପୁରସ୍କାର ପ୍ରଦାନ

by ସଞ୍ଜୟ ସ୍ୱାଇଁ
July 28, 2021
in Feature News
ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅତିବଡ଼ୀ ପୁରସ୍କାର ପ୍ରଦାନ
71
VIEWS
Share on FacebookShare on Twitter

ସାରସ୍ୱତ ସାଧନା ପାଇଁ ୧୫ ଜଣ ସମ୍ବର୍ଦ୍ଧିତ

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ସଂସ୍କୃତି ଭବନଠାରେ ନିରାଡମ୍ବର ଭାବେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଡ. ବେହେରାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଚେକ୍‌ ଆକାରରେ ପ୍ରଦାନ କରାଯାଇଥିଲା । ଏଥି ସହିତ ସାରସ୍ୱତ ସାଧନା ଓ ଓଡ଼ିଆ ବାଣୀଭଣ୍ଡାରକୁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କୁ ମଧ୍ୟ ମାନପତ୍ର, ଉପଢୌକନ ଓ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ସାରସ୍ୱତ ବ୍ୟକ୍ତିତ୍ୱମାନେ ହେଲେ ରାସେଶ୍ୱରୀ ମିଶ୍ର, ମହେଶ୍ୱର ମୂଳିଆ, ଡ. ଜୀବନକୃଷ୍ଣ ମହାପାତ୍ର, ଶ୍ରୀମତୀ ନିର୍ମଳପ୍ରଭା ନାୟକ, ରାଧାବିନୋଦ ନାୟକ, ଡ. କୃପାସିନ୍ଧୁ ନାୟକ, ଡ. ସ୍ୱରାଜ୍ୟ ଲକ୍ଷ୍ମୀ ମିଶ୍ର, ବାଇଧର ସାହୁ, ଡ. ଦିଗରାଜ ବ୍ରହ୍ମା, ବାବାଜୀ ଚରଣ ପଟ୍ଟନାୟକ, ଗିରିଜା ଶଙ୍କର ଶର୍ମା, ସୌଭାଗିନୀ ମିଶ୍ର, ଦେବେନ୍ଦ୍ର କୁମାର ଦାଶ, ଅଶୋକ କୁମାର ପଟ୍ଟନାୟକ, ଡ. ରୁଦ୍ର ନାରାୟଣ ପୃଷ୍ଟି । ଏକାଡେମୀର ସଭାପତି ବିଶିଷ୍ଟ କବି ଡ. ହୃଷିକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଏବଂ ଅତିରିକ୍ତ ଶାସନ ସଚିବ ତଥା ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ ସାହିତ୍ୟ ସାଧକମାନେ ପାଠକ ସୃଷ୍ଟି ଦିଗରେ ତାଙ୍କର ଲେଖନୀ ଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଡ. ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅତିବଡ଼ୀ ପୁରସ୍କାର ପ୍ରାପକ ବିଶିଷ୍ଟ କଥାକାର ଡ. ବେହେରା ଜୀବନ ଶାଶ୍ୱତ ଓ ଅମୃତମୟ ବୋଲି ଉଲ୍ଲେଖ କରିବା ସହିତ ଲେଖକୀୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏହି ପୁରସ୍କାର ପାଇବା ନିମନ୍ତେ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଏକାଡେମୀକୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କୋଭିଡ୍‌ କଟକଣା ସତ୍ତେ୍ୱ ସଂସ୍କୃତି ବିଭାଗ କଳାକାର, ଶିଳ୍ପୀ, ସାହିତି୍ୟକମାନଙ୍କୁ ଉତ୍ସାହିତ, ସମ୍ବର୍ଦ୍ଧିତ କରିବାରେ ନିରନ୍ତର ଭାବେ ପ୍ରୟାସ କରିଆସୁଛି ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଥି ପ୍ରତି ରହିଥିବା ସ୍ୱୀକୃତି ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟ ବ୍ୟାପୀ ପ୍ରବନ୍ଧ, ବକ୍ତୃତା, ସାହିତ୍ୟ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇ ଗତ ୨୫ ତାରିଖ ଏକାଡେମୀ ସ୍ୱନକ୍ଷତ୍ର ଦିବସରେ ପୁରସ୍କୃତ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିରେ ୧୧୮୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଜୟୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳମାନଙ୍କ ଜରିଆରେ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା କଥା ସୂଚିତ କରାଯାଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!