କଟକ, (ବାଘୁଆବାର୍ତ୍ତା): କଟକ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର। ବଡମ୍ବା ଥାନା ଅନ୍ତର୍ଗତ ଦାମଗାଡିଆ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ। ୧୫୨ କେ.ଜି ଗଞ୍ଜେଇ ଜବତ କଲା ଏସଟିଏଫ୍। ତେବେ ଏହି ଘଟଣାରେ କେହି ଅଭିଯୁକ୍ତ ଗିରଫ ହୋଇ ନାହାଁନ୍ତି। ବଡମ୍ବା ପୋଲିସ ସହାୟତାରେ ଭୁବନେଶ୍ଵର ଏସଟିଏଫ୍ ଏହି ଚଢାଉ କରିଛି। ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ଏନେଇ ବଡମ୍ବା ଥାନାରେ ଏକ ମାମଲା ରୁଜୁ ହୋଇଛି। ପ୍ରକାଶ ଥାଉକି, ୨୦୨୦ରୁ ଏଯାବତ୍ ଏସଟିଏଫ୍ ୩୪ କେ.ଜିର ବ୍ରାଉନସୁଗାର, ୬୭ କ୍ଵିଣ୍ଟାଲ ୫୨ କେ.ଜିର ଗଞ୍ଜେଇ ଜବତ କରିଛି। ଏତଦ୍ ବ୍ୟତୀତ ୧୦୦ରୁ ଉର୍ଦ୍ଧ୍ଵ ମାଫିଆ ଗିରଫ କରିଛି ଏସଟିଏଫ୍।





