Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରମ୍ଭ

by ସଞ୍ଜୟ ସ୍ୱାଇଁ
July 27, 2021
in Feature News
ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରମ୍ଭ
40
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡିଶା ନିର୍ମାଣ ନିଗମ ଲିଃ(ଓ.ସି.ସି.ଏଲ୍) ତରଫରୁ କରାଯାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଭଲ ଭାବରେ ତଦାରଖ କରି ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚମାନର କମ୍ପ୍ୟୁଟର ବ୍ୟବସ୍ଥାକୃତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା( ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ) ର ଶୁଭାରମ୍ଭ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଓସିସିଏଲ୍ର ଅଧ୍ୟକ୍ଷା ତଥା ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ନିଗମର ୨୭୫ ତମ ବୋର୍ଡ ଅଫ୍ ଡିରେକ୍ଟରର୍ସ( ନିର୍ଦ୍ଦେଶକ ମଣ୍ଡଳୀ) ବୈ÷ଠକରେ ଯୋଗଦାନ ଅବସରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ନିଗମର ପରିଚାଳନାରେ ଥିବା ଉଚ୍ଚ କର୍ତୃପକ୍ଷମାନଙ୍କୁ ଏହି ସଫ୍ଟଟୱେର ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହିତ ଶେଷ କରିବା ପାଇଁ ଅଧିକ ଅନୁଧ୍ୟାନର ସହ ତଦାରଖ କରିବାରେ ସହାୟକ ହେବ । ଏଥି ସହିତ ଏହି ସଫ୍ଟଟୱେର ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ କାର୍ଯ୍ୟ ଦକ୍ଷତା, ଆର୍ଥିକ କାରବାର ଏବଂ ପ୍ରକଳ୍ପ ସ୍ତରରେ କରାଯାଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଦି ସଂପର୍କରେ ସୂଚନା ପ୍ରଦାନ କରିବ । ଷଗ୍ଧଗ୍ଧକ୍ଟ୍ର://କ୍ଟ୍ରଜ୍ଞସଗ୍ଦ-କ୍ଟମମ.ସଦ୍ଭ ୱେବ୍ ସାଇଟ୍ ବ୍ୟବହାର କରି ଏହି ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥା ଉପଯୋଗ କରାଯାଇପାରିବ । ଓଡିଶା ସରକାରଙ୍କ ଏକ ଓାଦ୍ୟୋଗିକ ସଂସ୍ଥା ଇଡ୍କଲ ସଫ୍ଟଟୱେର ଲିଃ.(ଆଇ.ଏସ୍.ଏଲ୍) ଦ୍ୱାରା ୬୬ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବିକଶିତ କରାଯାଇଛି । ଏହି ବ୍ୟବସ୍ଥାରେ ରଖାଯାଇଥିବା ତଥ୍ୟକୁ ଓସିସିଏଲ୍ ପରିଚାଳନା କର୍ତୃପକ୍ଷଙ୍କ ଦ୍ୱାରା ଯାଂଚ କରାଯାଇଥିବା ବେଳେ ଆଗାମୀ ଅଗଷ୍ଟ ମାସରୁ ପ୍ରକଳ୍ପସ୍ତରରୁ ଏବଂ ମୁଖ୍ୟ କାର୍ଯ୍ୟାଳୟର ବ୍ୟବହାରକାରୀଙ୍କୁ ଏହି ସଫ୍ଟୱେର ବ୍ୟବହାର ସଂପର୍କରେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବ । ଏହି ୱେବ୍ ସାଇଟ୍ରେ ଥିବା ଡ୍ୟାସ୍ବୋର୍ଡ ବ୍ୟବହାର କରି ପ୍ରକଳ୍ପସ୍ତରରୁ ମାସିକ ପ୍ରଗତି ବିବରଣୀ, କାର୍ଯ୍ୟ ବାବଦକୁ ବିଲ୍ ପ୍ରଦାନ ଓ କାର୍ଯ୍ୟସ୍ଥିତି ସଂପର୍କରେ ତଥ୍ୟ ଉତ୍ପନ୍ନ କରାଯାଇ ଅନ୍-ଲାଇନ୍ ଜରିଆରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସ୍ତରରେ ବ୍ୟବସ୍ଥିତ ହୋଇପାରିବ । ଓସିସିଏଲ୍ର ଅଧ୍ୟକ୍ଷା, ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ଡ୍ୟାସବୋର୍ଡ ବ୍ୟବହାର କରି ପ୍ରକଳ୍ପୱାରୀ , ଜିଲ୍ଲା ୱାରୀ, ପ୍ରକଳ୍ପର ପ୍ରକାର ଭେଦ ଏବଂ ପ୍ରକଳ୍ପରୁ ଉପକୃତ ହେଉଥିବା ସେବାର୍ଥୀଙ୍କ ସଂପର୍କରେ ସ୍ଥିତି ଅନୁଧ୍ୟାନ ସହିତ ଧାର୍ଯ୍ୟ ଲକ୍ଷ୍ୟ-ଖର୍ଚ୍ଚ ପରିମାଣ ଗ୍ରାଫ୍ରୁ କେତେ କାର୍ଯ୍ୟ ହୋଇଛି, ସେ ସଂପର୍କରେ ଜାଣିପାରିବେ । ଏହି କାର୍ଯ୍ୟକ୍ରମରେ ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ କୁମାର ସାମଲ, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ, ଭିଜିଲାନ୍ସ ତଥା ଓସିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଇଂ, ଅସୀମ କୁମାର ମହାପାତ୍ର, ଓସିସିର ପରିଚାଳନା ନିର୍ଦ୍ଦେଶକ ଚିନ୍ମୟ ରାଉତ, ବୋର୍ଡ ଅଫ୍ ଡିରେକ୍ଟର୍ସର ଅନ୍ୟତମ ସଦସ୍ୟ ଶ୍ରୀ ଦେବରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!