ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ଚଣ୍ଡିଖୋଲ ଫାଣ୍ଡି ପୋଲିସ ଜାତୀୟ ରାଜପଥରୁ ଯାଞ୍ଚ କରି ୩୨ ବ୍ୟାରେଲ ଏସିଡ ସହ ଏକ ଗାଡି ଜବତ କରିଥିବା ଜଣାପଡ଼ିଛି । ପୋଲିସ୍ ଏନେଇ ଡ୍ରାଇଭରକୁ ଅଟକ ରଖିଛି । ଅନ୍ୟପଟେ ସ୍ଥାନୀୟ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜାରକା ରଥିଆ ସ୍ଥିତ ସାହୁ ଷ୍ଟିଲ ଇଣ୍ଡଷ୍ଟ୍ରିରେ ଧର୍ମଶାଳା ପୋଲିସ ତନା ଘନା କରୁଛି । ଏହି ହାଇଡ୍ରୋକ୍ଲୋରିକ ଏସିଡ ଷ୍ଟିଲ ଇଣ୍ଡଷ୍ଟ୍ରିରେ ବ୍ୟବହାର କରାଯାଉ ଥିଲା । ଏଠାରେ ଲୁହାକୁ ଆଣି ବିଭିନ୍ନ କେମିକାଲ ଆଉ ଏସିଡ ଦେଇ ତାକୁ ୱାସ କରି ଜିଆଇ ଓ ଷ୍ଟିଲ କରାଯାଇ ଅନ୍ୟତ୍ର ବିକ୍ରି କରାଯାଉଥିବା ଜଣାପଡ଼ିଛି । ତେବେ ଏତେ ବର୍ଷ ଧରି ଜାତୀୟ ରାଜପଥ କଡରେ କେଉଁଭଳି ଭାବେ ଏହି ବେଆଇନ୍ କାର୍ୟ୍ୟ ଚାଲୁଥିଲା ସେ ନେଇ ପ୍ରଶ୍ନ ଉଠିଛି । ଇଣ୍ଡଷ୍ଟ୍ରିର ସମସ୍ତ କାଗଜ ପତ୍ର ଯାଞ୍ଚ କରୁଛି ଧର୍ମଶାଳା ପୋଲିସ । ଷ୍ଟିଲ ଇଣ୍ଡଷ୍ଟ୍ରିରେ ଧର୍ମଶାଳା ଥାନା ଅଧିକାରୀ, ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ପହଂଚି ଯାଞ୍ଚ କରୁଛନ୍ତି । ଗତକାଲି ରାତିରେ ଏସିଡ ବ୍ୟାରେଲ ବୋଝେଇ ଗାଡି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ପୋଲିସ ବ୍ୟାରେଲ ବୋଝେଇ ଗାଡି ଜବତ କରିଥଲା । ଏ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।





