ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ଟାଉନ ଥାନା ପରିସରରେ ବିଷ ପିଇଲେ ଯୁବକ । ଯୁବକ ଜଣଙ୍କ ସମ୍ବଲପୁର ବଡବଜାର ସାଏ ବଙ୍ଗଳାର ନବୀନ ଶର୍ମା ବୋଲି ଜଣାପଡିଛି । ତାଙ୍କୁ ଜଣେ କନେଷ୍ଟବଳ ହଇରାଣ କରିବା ସହ ତାଙ୍କ ଗାଡି ଜବତ କରିଦେଇଥିବାରୁ ସେ କୀଟନାଶକ ପିଇ ଦେଇଥିବା କହିଛନ୍ତି । ସଙ୍ଗେସଙ୍ଗେ ପୋଲିସ ତାଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି । ତାଙ୍କୁ ସେହି କନେଷ୍ଟବଳ ଜଣଙ୍କ ବାରମ୍ବାର ହଇରାଣ କରୁଥିବାରୁ ସେ ଏ ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଥାନା ଭିତରକୁ ବିଷ ନେଇ ଆସିବା ସତ୍ତ୍ବେ କେହି କେମିତି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି ।





