Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାଧୀନତାର ର ୭୧ବର୍ଷ ପରେ ବି ଜଙ୍ଗଲିଆ ନାଳ, ଚୁଆ ଓ ପୋଖରୀର ଗୋଳିଆ ପାଣି ପିଇ ସେମାନଙ୍କ ଶୋଷ ମେଣ୍ଟାଉଛନ୍ତି

by ସଞ୍ଜୟ ସ୍ୱାଇଁ
July 26, 2021
in Planning and Development, State
ସ୍ୱାଧୀନତାର ର ୭୧ବର୍ଷ ପରେ ବି ଜଙ୍ଗଲିଆ ନାଳ, ଚୁଆ ଓ ପୋଖରୀର ଗୋଳିଆ ପାଣି ପିଇ ସେମାନଙ୍କ ଶୋଷ ମେଣ୍ଟାଉଛନ୍ତି
46
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକେ ବର୍ଷ ତମାମ ପାଣି ଟୋପାଏ ପାଇଁ ଡହଳ ବିକଳ ହୁଅନ୍ତି। ଜିଲ୍ଲାରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ସରକାରଙ୍କର ବିକାଶମୁଖୀ ଯୋଜନା ଏବେବି ଅପହଞ୍ଚ । ଅନ୍ୟାନ୍ୟ ସୁବିଧା ସୁଯୋଗ ତ ଦୂରର କଥା ଜିଲ୍ଲାର ଆଦିବାସୀମାନଙ୍କ ଭାଗ୍ୟରେ ପିଇବାକୁ ସାମାନ୍ୟ ଶୁଦ୍ଧ ପାଣି ଟୋପାଏ ମିଳିବା ବି ସାତସପନ। ଫଳରେ ପିଇବା ତ ଦୂରର କଥା ଶୌଚ ହେବାକୁ ବି ଅନୁପଯୁକ୍ତ ଅଳିଆ ଆବର୍ଜନା ଭରା ମଇଳା ପାଣି ପିଇ ସେମାନଙ୍କୁ ବଞ୍ଚିବାକୁ ପଡୁଛି। ଏପରି ଏକ ଅଞ୍ଚଳ ହେଲା କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟଠାରୁ ମାତ୍ର ୧୭କି.ମି. ଦୂର ବାଂଶପାଳ ବ୍ଲକର ତଳକଇଁଶାରୀ ଗ୍ରାମ ପଞ୍ଚାୟତର ଉପରକଇଁଶାରୀ ଗାଁ । ଏଠିକାର ଆଦିବାସୀମାନେ ସ୍ବାଧୀନତା ର ୭୧ବର୍ଷ ପରେ ବି ଏହି ଗାଁର ଲୋକେ ଏବେ ବି ଜଙ୍ଗଲିଆ ନାଳ, ଚୁଆ ଓ ପୋଖରୀର ଗୋଳିଆ ପାଣି ପିଇ ସେମାନଙ୍କ ଶୋଷ ମେଣ୍ଟାଉଛନ୍ତି। ଏସିଆ ମହାଦେଶର ସବୁଠାରୁ ଅଧିକ ଖଣି ସମ୍ପଦ ଗଛିତ ଥିବା ଜିଲ୍ଲା ହେଉଛି କେନ୍ଦୁଝର ଜିଲ୍ଲା। ଏହି କେନ୍ଦୁଝର ଜିଲ୍ଲା ମଧ୍ୟ ସବୁଠାରୁ ଧନୀ ଜିଲ୍ଲା ମଧ୍ୟରେ ପରିଗଣିତ ହୁଏ। ଏହି ଜିଲ୍ଲାରୁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଇଥାନ୍ତି। ଏହି ଜିଲ୍ଲାର ପଇସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଲୋକ ଓ ରାସ୍ତାର ସୌନ୍ଦର୍ୟ୍ୟକରଣ ହୁଏ। ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଏହି ଜିଲ୍ଲାରେ ଥିବା ଗାଁ ଲୋକେ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ। କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଉପରକଇଁଶାରୀ ଗାଁ। ଏହି ଗାଁରେ ରୁହନ୍ତି ୧୦୦ରୁ ଉର୍ଦ୍ଧ୍ବ ପରିବାର ର ୩୦୦ ରୁ ଉର୍ଦ୍ଧ୍ବ ଲୋକ। ଏହି ଗାଁ ର ପ୍ରାୟ ସମସ୍ତେ ଶ୍ରମିକ ଶ୍ରେଣୀର ଲୋକ କିଏ ବାର ଦୁଆରେ ମୂଲ ମଜୁରୀ ଲାଗେତ କିଏ ଜଙ୍ଗଲରୁ କାଠ, ପତ୍ର ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଗାଁରେ ରହିଛି ଗୋଟିଏ ନଳକୂପ ସେଥିରୁ ଆରମ୍ଭରୁ ହିଁ ପାଣି ବାହାରୁନାହିଁ। ଫଳରେ ଗାଁ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଆଉ ସାମାନ୍ୟ ଶୁଦ୍ଧ ପିଇବା ପାଣି ଟୋପାଏ ଏଠି ଏମାନଙ୍କ ଭାଗ୍ୟରେ ଜୁଟେ ନାହିଁ । ଫଳରେ ଗାଁ ଲୋକ ବାଧ୍ୟ ହୋଇ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଜଙ୍ଗଲ ମଧ୍ୟରେ ଥିବା ଏକ ନାଳରୁ ଚୁଆ ଖୋଳି ସେଥିରୁ ହିଁ ପାଣି ସଂଗ୍ରହ କରି ବ୍ୟବହାର କରନ୍ତି। ଚୁଆର ପାଣି ବି ଏତେ କାଦୁଅ ଓ ମଇଳା ଯେ ତାହା ଶୌଚ କରିବା ଯୋଗ୍ୟ ନୁହେଁ ହେଲେ ଗାଁ ଲୋକେ ବାଧ୍ୟ ହୋଇ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ଏହି ପାଣି ପିଇକି ଲୋକମାନେ ବିଭିନ୍ନ ଅଜଣା ରୋଗରେ ଆକ୍ରାନ୍ତ ହେଉଥିବା ଲୋକ ଅଭିଯୋଗ କରିଛନ୍ତି। ଏପରିକି ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଲୋକେ ଅର୍ଥାଭାବରେ ଚିକିତ୍ସିତ ହୋଇନପାରି ଚେଙ୍କ ଭଳି କୁତ୍ସିତ ଅନ୍ଧ ବିଶ୍ବାସକୁ ଆପଣେଇ ଅନେକ ଜୀବନ ହାରିଲେଣି ଓ ଏକାଧିକ ଲୋକେ ମଧ୍ୟ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି। ଗାଁ ନିକଟରେ ଥିବା ଏକ କାଦୁଅ ଭରା ପୋଖରୀ ପାଣିରେ ଲୋକେ ଗାଧୁଆ ପାଧୁଆ କରିବାକୁ ବାଧ୍ୟ ହୁଅନ୍ତି। ହେଲେ ଓଏମସି ଖଣି ସଂସ୍ଥା ପକ୍ଷରୁ ଏହି ଗାଁରେ ପଣି ଯୋଗାଇ ଦେବାକୁ ଏକ ଟ୍ୟାଙ୍କରର ବ୍ୟବସ୍ଥା କରିଛି ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ଭଳି ସମସ୍ତଙ୍କୁ ପାଣି ମିଳେନାହିଁ ଓ ତାହା ପୁଣି ଦିନେ ମିଳିଲେ ଦୁଇ ଦିନ ନାହିଁ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!