ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗ଼ଡ ଜିଲ୍ଲା ପ୍ରତାପପ୍ରସାଦ ମା ଭୈରବୀ ପୀଠରେ ନୋତର ଆଦର୍ଶ ବିଦ୍ୟାଳୟ ଛାତ୍ର ଅଭିଭାବକମାନଙ୍କର ଏକ ବୈଠକ ବରିଷ୍ଠ ଜଗନ୍ନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାରା ରାଜ୍ୟରେ ଶିକ୍ଷା, ସଂସ୍କୃତି, ସାମାଜିକ ଜନସଚେତନତା ମୂଳକ ବିଭିନ୍ନ କାର୍ୟ୍ୟକ୍ରମରେ ସୁନାମ ଅର୍ଜନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଏହି ଆଦର୍ଶ ବିଦ୍ୟାଳ ରୁ ଦଶମ ଶ୍ରେଣୀ ପାସ କରିଥିବା ଛାତ୍ର ଛାତ୍ରୀମାନଙ୍କ ପାଇଁ ଏଠାରେ ବ୍ୟବସ୍ଥା ନାହିଁ । ଏଠାରେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ଖୋଲିବା ପାଇଁ ଜନସାଧାରଣ ତରଫରୁ ବହୁ ଦିନରୁ ଦାବି କରାଯାଇ ଥିବା ବେଳେ ଏହାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି । ଅନ୍ୟ ଜିଲ୍ଲାମାନଙ୍କରେ ଥିବା ଶହେ ଗୋଟି ଆଦର୍ଶ ବିଦ୍ୟାଳୟକୁ ଏକାଦଶ ଓ ଦ୍ଵାଦଶ ଖୋଲିବା ପାଇଁ ସରକାର ସ୍ଵୀକୃତି ଦେଇଛନ୍ତି । ଫଳରେ ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ନୋତର ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଦଶମଶ୍ରେଣୀ ଛାତ୍ର ଛାତ୍ରୀମାନେ ଚଳିତ ବର୍ଷ ଉଚ୍ଚଶିକ୍ଷା ପାଇଁ ଜିଲ୍ଲା ରେ ସୁଯୋଗ ନପାଇ ହଇରାଣ ହେଉଛନ୍ତି । ରାଜ୍ୟ ସରକାର ନୋତର ଆଦର୍ଶ ବିଦ୍ୟାଳୟକୁ ଉନ୍ନୀତ କରି ଏଠାରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ତୁରନ୍ତ ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଛାତ୍ର ଓ ଅଭିଭାବକ ମିଳିତ ଆନ୍ଦୋଳନ କରିବେ ବୋଲି ଆଲୋଚନା ହୋଇଛି ।






