Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ୬ ମାସ ଜେଲ ସହିତ ୧୦ ହଜାର ଟଙ୍କା ଜୋରିମାନା

by ସଞ୍ଜୟ ସ୍ୱାଇଁ
July 25, 2021
in Crime, NATIONAL NEWS
ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ୬ ମାସ ଜେଲ ସହିତ ୧୦ ହଜାର ଟଙ୍କା ଜୋରିମାନା
169
VIEWS
Share on FacebookShare on Twitter

ହାଇଦ୍ରାବାଦ, (ବାଘୁଆବାର୍ତ୍ତା): ଏକ ବିରଳ ଘଟଣାକ୍ରମରେ ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ନାଁ ମଲୋଥ କବିତା। ୨୦୧୯ରେ ତେଲେଙ୍ଗାନାର ମେହବୁବାବାଦ ଆସନରୁ ସେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ନମପାଲୀରେ ସାଂସଦ ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ଥିବା ଏକ ସ୍ୱତନ୍ତ୍ର କୋର୍ଟ ସାଂସଦ ମଲୋଥ କବିତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ମଲୋଥ କବିତା ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଥିଲେ। ଏହି ମାମଲାର ପ୍ରଥମ ଅଭିଯୁକ୍ତ ଥିଲେ ଦଳୀୟ କର୍ମୀ ତଥା କବିତାଙ୍କ ସହଯୋଗୀ ସୌକତ ଅଲି। ସେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ବି ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଯାଇଥିବା ବେଳେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ତେବେ ଉଭୟ ସାଂସଦ ମଲୋଥ କବିତା ଓ ତାଙ୍କ ସହଯୋଗୀ ସୌକତ ଅଲୀଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ସେମାନେ ତଳ କୋର୍ଟର ଏହି ରାୟ ବିରୋଧରେ ଉଚ୍ଚ କୋର୍ଟରେ ଆବେଦନ କରିପାରିବେ। ୨୦୧୯ରେ ସାଧାରଣ ନିର୍ବାଚନ ବେଳେ ଇଲେକ୍ସନ ଡ୍ୟୁଟିରେ ଥିବା ଫ୍ଲାଇଂ ସ୍କ୍ୱାଡ୍‌ ହାତରେ ସୌକତ ଅଲି ଧରା ପଡ଼ିଥିଲେ। ସେ ଭୋଟରଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁ ଥିବା ବେଳେ ଧରା ପଡ଼ିଥିଲେ। କବିତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଲୋକଙ୍କୁ କହି ସେ ଟଙ୍କା ବାଣ୍ଟୁଥିଲେ। କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ସୌକତ ଅଲୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ। ସାଂସଦ ମଲୋଥ କବିତା ତାଙ୍କୁ ଟଙ୍କା ଦେଇଥିବା ସେ କହିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!