Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରମ୍ଭ ହେଲା ରାଜ୍ୟରେ ବାଘ ଗଣନାର ପ୍ରକ୍ରିୟା

by ସଞ୍ଜୟ ସ୍ୱାଇଁ
July 24, 2021
in Planning and Development, State
ଆରମ୍ଭ ହେଲା ରାଜ୍ୟରେ ବାଘ ଗଣନାର ପ୍ରକ୍ରିୟା
40
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଆରମ୍ଭ ହେଲା ବାଘ ଗଣନା ପ୍ରକ୍ରିୟା। ଏଥର ରାଜ୍ୟର ଅଧିକ ଡିଭିଜନରେ ବାଘ ଗଣନା କରାଯିବ । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ ବାଘ ଗଣନା କରାଯାଉଥିଲା । ଫଳରେ ଏଥର ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି। ଓଡ଼ିଶାରେ କେତେ ସଂଖ୍ୟାରେ ବାଘ ଅଛନ୍ତି ? କେଉଁ ଜଙ୍ଗଲରେ ବାଘଙ୍କ ସଂଖ୍ୟା କେତେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟ ବନ ବିଭାଗ ସହ ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟି, ଏନଟିସିଏ ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ବାଘ ଗଣନା ପାଇଁ ରାଜ୍ୟ ସ୍ତରରେ ଜଣେ ନୋଡାଲ ଅଫିସର ନିଯୁକ୍ତ ହେବେ। ଏହାପରେ ଏନଟିସିଏ ପକ୍ଷରୁ ମାଷ୍ଟର ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଚାରୋଟି ପର୍ୟ୍ୟାୟରେ ବାଘଙ୍କ ଗଣତି ରାଯିବ। ପ୍ରଥମ ଓ ତୃତୀୟ ପର୍ୟ୍ୟାୟ ଗଣନା ରାଜ୍ୟ ବନ ବିଭାଗ କରୁଥିବା ବେଳେ ଦ୍ଵିତୀୟ ଓ ଚତୁର୍ଥ ପର୍ୟ୍ୟାୟ କାର୍ୟ୍ୟ ଏନଟିସିଏ କରିବ । ପ୍ରଥମ ପର୍ୟ୍ୟାୟ ଗଣନା ପାଇଁ ଏକ ସ୍ଵତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି । ଗଣନାରେ ସାମିଲ ଅଧିକାରୀମାନେ ଏହି ଆପ୍ ବ୍ୟବହାର କରିବେ। ତୃତୀୟ ପର୍ୟ୍ୟାୟରେ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଗଣତି କରାଯିବ । ଏ ସମସ୍ତ ତଥ୍ୟକୁ ତର୍ଜମା କରିବା ପରେ ବାଘ ଗଣନା ତଥ୍ୟ ପ୍ରକାଶ ପାଇବ। ୨୦୦୪ ମସିହା ଗଣନା ଅନୁସାରେ ରାଜ୍ୟରେ ୧୯୨ ବାଘ ଥିଲେ । ସେ ସମୟରେ ପଗ୍ ମାର୍କ ପଦ୍ଧତିରେ ଗଣନା କରାଯାଉଥିଲା । ପରବର୍ତ୍ତୀ ସମୟରେ କ୍ୟାମେରା ଟ୍ରାପ୍ ପଦ୍ଧତି ବ୍ୟବହାର ଦ୍ଵାରା ବାଘ ସଂଖ୍ୟା ବହୁତ୍ କମି ଯାଇଥିଲା । କେବଳ ସେତିକି ନୁହେଁ, ୨୦୦୪ ପରେ ଶିମିଳିପାଳ, ସାତକୋସିଆ ଭଳି ଅଞ୍ଚଳ ବ୍ୟତୀତ ସମଗ୍ର ଓଡ଼ିଶାରେ ମଧ୍ୟ ଗଣନା କରାଯାଇ ନ ଥିଲା । ଫଳରେ ୨୦୦୬ ଗଣନାରେ ବାଘ ସଂଖ୍ୟା ଆଶାତୀତ ଭାବେ ୪୫କୁ କମି ଆସିଥିଲା। ୨୦୧୦ ମସିହା ଗଣନାରେ ବାଘ ସଂଖ୍ୟା ୩୨ ଥିଲା । ୨୦୧୪ ଓ ୨୦୧୮ ଗଣନାରେ ପୁଣି ସଂଖ୍ୟା କମି ୨୮ ହୋଇଛି । ଏଥର ରାଜ୍ୟର ସମସ୍ତ ଅଞ୍ଚଳରେ ଗଣନା କଲେ କିଛି ଭଲ ଫଳ ମିଳିବ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । କୌଣସି ଅଞ୍ଚଳରେ ବାଘ ରହିବାର ଅର୍ଥ ସେ ଅଞ୍ଚଳର ଜୈବ ବିବିଧତା ଭଲ ଅଛି । ଏହି ନ୍ୟାୟରେ ଦେଖିବାକୁ ଗଲେ ଓଡ଼ିଶାରେ ଜଙ୍ଗଲ ଅଞ୍ଚଳ ବଢୁଥିବା ବେଳେ ବାଘ ସଂଖ୍ୟା କମିବାକୁ ନେଇ ବିବାଦ ଦେଖା ଦେଇଛି। ଏଥର ଗଣନାରେ ବାଘ ସଂଖ୍ୟା କେତେ ଆସୁଛି ଓ ବନ ବିଭାଗ ତଥା ସରକାର ଏହି ସଂଖ୍ୟାକୁ କିଭଳି ଗ୍ରହଣ କରୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିବ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!