Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର ପରୋଜା ଜନଜାତିଙ୍କ ପାରମ୍ପରିକ ଖାଦ୍ୟ ସଂରକ୍ଷଣ ପଦ୍ଧତି

by ସଞ୍ଜୟ ସ୍ୱାଇଁ
July 24, 2021
in Feature News
ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର ପରୋଜା ଜନଜାତିଙ୍କ ପାରମ୍ପରିକ ଖାଦ୍ୟ ସଂରକ୍ଷଣ ପଦ୍ଧତି
32
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଜୁଲାଇ ୨୫ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌ @ଟଟ୍ଟଟcଛeଠ, @ଟcଟଟ୍ଟrଟ୍ଟi ଖୋଲି ପରୋଜା ଜନଜାତିଙ୍କର ପାରମ୍ପରିକ ଖାଦ୍ୟ ସଂରକ୍ଷଣ ପଦ୍ଧତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ପରୋଜା ଜନଜାତି ମୁଖ୍ୟତଃ କୃଷିଜୀବୀ ଅଟନ୍ତି । ସେମାନେ ଖାଦ୍ୟ ସଂରକ୍ଷଣ ଓ କୀଟପତଙ୍ଗ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ପ୍ରକାରର ପାରମ୍ପରିକ ପଦ୍ଧତି ପ୍ରୟୋଗ କରିଥାଆନ୍ତି । ଏହି ପଦ୍ଧତି ବୈଷୟିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ସହଜସାଧ୍ୟ ଅଟେ । ଏହି ପାରମ୍ପରିକ ପଦ୍ଧତିକୁ ଅବଲମ୍ବନ କରି ସେମାନେ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ପନିପରିବା, ଛତୁ ଓ ମାଛଚାଷ କରିବା ସହ ସେଗୁଡ଼ିକ ସଂରକ୍ଷଣ କରିରଖିଥା’ନ୍ତି । ପରୋଜା ଜନଜାତି ହାଇବି୍ରଡ୍‌ ମଂଜିର ଉପଯୋଗ କରନ୍ତି ନାହିଁ । ଚାଷ କାର୍ଯ୍ୟରେ ପରୋଜା ଜନଜାତି ଜୈବିକ ସାର ବ୍ୟବହାର କରିଥା’ନ୍ତି । ବର୍ଷ ବର୍ଷ ଧରି ପରୋଜା ଜନଜାତିର ବ୍ୟକ୍ତିମାନେ ଦେଶୀୟ ପଦ୍ଧତିରେ ଖାଦ୍ୟ ସଂରକ୍ଷଣ କରିଆସୁଛନ୍ତି । ଏହି ଚଳଚ୍ଚିତ୍ର ଭିଡ଼ିଓରେ ପରୋଜା ଜନଜାତି ସଂପ୍ରଦାୟ କିଭଳି ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ବିବିଧତାକୁ ଦେଶୀୟ କୌଶଳ ଦ୍ୱାରା ସୁନ୍ଦର ଭାବେ ସଂରକ୍ଷଣ କରିପାରୁଛନ୍ତି, ତାହାକୁ ଦର୍ଶକମାନେ ଦେଖିପାରିବେ । ଆଧୁନିକ କୃଷିବିଜ୍ଞାନ, ଜୈବବିବିଧତାର ପ୍ରାଧାନ୍ୟକୁ ଉପଲବ୍ଧି କରିବାର ବହୁପୂର୍ବରୁ ପରୋଜା ଜନଜାତି ଏହାକୁ ଅନୁଶୀଳନ କରିପାରିଥିଲେ । ପରୋଜା ଜନଜାତିଙ୍କ ଖାଦ୍ୟ ସଂରକ୍ଷଣ ପଦ୍ଧତି ଏବେ କୃଷି ବିଜ୍ଞାନୀଙ୍କ ପାଇଁ ଗବେଷଣାର ବିଷୟବସ୍ତୁ ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!