ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆପଲ୍ ହେଉଛି ସ୍ୱାସ୍ଥ୍ୟର ଭଣ୍ଡାର । କୁହାଯାଏ ଦିନକୁ ଗୋଟିଏ ଆପଲ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଯଦି ଆପଣ ଆପଲ୍ ଖାଇବାକୁ ଚାହୁଁନାହାଁନ୍ତି, ତେବେ ଖାଦ୍ୟରେ ଏହାର ଜୁସ୍ ଅନ୍ତର୍ଭୁକ୍ତ କରିପାରିବେ । ଆପଲ୍ ଚୋପା ସହିତ ଏହାର ରସ ପିଇବା ଦ୍ୱାରା ଶରୀରରେ କୌଣସି ପୋଷକ ତତ୍ତ୍ୱର ଅଭାବ ରହିନଥାଏ । ଆସନ୍ତୁ ଜାଣିବା ପ୍ରତିଦିନ ଆପଲ୍ ଜୁସ୍ ପିଇବା ଦ୍ୱାରା କ’ଣ ଉପକାର ହୋଇଥାଏ? କେତେବେଳେ ପିଇବେ ଆପଲ୍ ଜୁସ୍ : ପ୍ରତିଦିନ ଜଳଖିଆରେ ୧ ଗ୍ଲାସ୍ ଆପଲ୍ ଜୁସ୍ ପିଇବା ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ସନ୍ଧ୍ୟାରେ ମଧ୍ୟ ପିଇପାରିବେ । ଏହାର ଫାଇଦା : ଶ୍ୱାସରୋଗରୁ ମୁକ୍ତି ମିଳିଥାଏ : ଆପଲରେ ଫ୍ଲାଭୋନାଏଡ ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆଜମା ରୋଗରୁ ରକ୍ଷା କରିଥାଏ । ଏହା ସହିତ ଶ୍ୱାସକ୍ରିୟା ସମସ୍ୟା ମଧ୍ୟ ଦୂରରେ ରହିଥାଏ । କ୍ୟାନ୍ସର ରୋଗରୁ ମୁକ୍ତି ମିଳିଥାଏ : କ୍ୟାନ୍ସର ଏବଂ ଟ୍ୟୁମରରୁ ରକ୍ଷା କରିବାରେ ଆପଲ୍ ଜୁସ୍ ବହୁତ ଲାଭଦାୟକ ହୋଇଥାଏ । ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ଏକ ଗ୍ଲାସ୍ ଜୁସ୍ ପିଇବା ଦ୍ୱାରା ଫୁସଫୁସ କ୍ୟାନ୍ସର ହେବାର ସମ୍ଭାବନା କମିଯାଏ। ହୃଦୟକୁ ସୁସ୍ଥ ରଖିଥାଏ : ଆଣ୍ଟି-ଅକ୍ସିଡାଣ୍ଟ, ପଲିଫେନୋଲ୍ ଏବଂ ଫ୍ଲାଭୋନାଏଡ୍, ମିନେରାଲ୍ସ, ପୋଟାସିୟମରେ ଭରପୂର ଆପଲ୍ ଜୁସ୍ ହୃଦୟକୁ ସୁସ୍ଥ ରଖିଥାଏ । କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ : ଦୈନିକ ୧ ଗ୍ଲାସ୍ ଆପଲ୍ ରସ ପିଇବା ଦ୍ୱାରା କୋଲେଷ୍ଟ୍ରୋଲ୍ ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ସହିତ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ : ଦୈନିକ ୧ ଗ୍ଲାସ୍ ଆପଲ୍ ରସ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ଯାହା କରୋନା ଅବଧିରେ ଅଧିକ ଆବଶ୍ୟକ । ଏହା ଶରୀରକୁ ଅନେକ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ : ଆପଲ୍ ରସରେ ଭିଟାମିନ୍ ଏ ଥାଏ, ଯାହା ଦୃଷ୍ଟିଶକ୍ତି ବଢାଇବାରେ ସହାୟକ ହୋଇଥାଏ । ଏହା ସହିତ, ଆପଣ ଡ୍ରାଏ ଆଇଜ୍ ସିଣ୍ଡ୍ରୋମ ଏବଂ ମୋତିଆବିନ୍ଦୁ ଭଳି ରୋଗରୁ ଦୂରେଇ ରହିବେ ।






