Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଓଆଇସି ମ୍ୟାଡାମ କ’ଣ ପାଇଁ ଅଟକିବାକୁ କହିଥିଲେ

by ସଞ୍ଜୟ ସ୍ୱାଇଁ
July 23, 2021
in Crime, State
ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ  ଓଆଇସି ମ୍ୟାଡାମ କ’ଣ ପାଇଁ ଅଟକିବାକୁ କହିଥିଲେ
202
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ପୋଡ଼ି ହେବା ପରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା? ଏହାକୁ ନେଇ ଖୋଳତାଡ଼ ଜାରି ରହିଥିବା ବେଳେ ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଡ୍ରାଇଭର ଦୟାନିଧି ସାଗର କହିଛନ୍ତି, ଘଟଣା ଦିନ ମେଡିକାଲରୁ ବାହାରୁ ବାହାରୁ ରାତି ସାଢ଼େ ୧୧ରୁ ୧୨ଟା ହୋଇ ଯାଇଥିଲା। ଏହି ସମୟରେ ଗାଡ଼ିରେ ଜଣେ ପାଇଲଟ ଡ୍ରାଇଭର, ଫାର୍ମାସିଷ୍ଟ ଓ ପେସେଣ୍ଟ ଥିଲେ। ପେସେଣ୍ଟ ସହ କହି ନ ଥିବାରୁ ଫରେଷ୍ଟ ଗେଟ୍ ପାଖରେ ଅଟକିବାକୁ ଜଣେ ପୁଲିସ୍‌ ଡ୍ରେସ୍‌ ପିନ୍ଧିଥିବା ମହିଳା ଅଫିସର କହିଥିଲେ। ତେଣୁ ସେଠାରେ ଗାଡ଼ି ୧୦ରୁ ୧୫ ମିନିଟ ଅଟକି ଥିଲା। ଏହାପରେ କିଛି ବ୍ୟାଗ ଧରି ପେସେଣ୍ଟଙ୍କ ପତ୍ନୀ ଆସିବା ପରେ ଆମ୍ବୁଲାନ୍ସ ଫରେଷ୍ଟ ଗେଗ୍‌ ଛକରୁ ବାହାରିଥିଲା। ସେ କହିଛନ୍ତି, ଆମ୍ବୁଲାନ୍ସ ପଛରେ ଗୋଟିଏ ବୋଲେରୋ ବି ଚାଲିଥିଲା । ଗୋଷାଣି ଛକରେ ଜଣେ ବ୍ୟକ୍ତି ବୋଲେରୋରୁ ଆସି ଆମ୍ବୁଲାନ୍ସରେ ବସିଲେ। ଗୋପାଳପୁର ଛକରେ ୨ ମିନିଟ୍‌ ପାଇଁ ରହି ଏସ୍‌ସିବି ଯିବା ନା ବ୍ରହ୍ମପୁର ଯିବା ବୋଲି ପେସେଣ୍ଟଙ୍କ ପତ୍ନୀଙ୍କୁ ପଚାରିଥିଲି। ହେଲେ ସିଧା କଟକ ଯିବା ବୋଲି ସେ କହିବାରୁ ଆମେ କଟକ ଅଭିମୁଖେ ଯାଇଥିଲୁ। ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଆମ୍ବୁଲାନ୍ସ ଏସସିବିରେ ପହଞ୍ଚିଥିଲା।” ଦୟାନିଧିଙ୍କୁ ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ପୁଲିସ୍ ଜେରା କରିଥିବା ବେଳେ ସେ ଏହି ସବୁ କଥା କହିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ୧୧ ଦିନ ପୂରିବାକୁ ବସିଥିବା ବେଳେ ଆଜି ଯାଏ ଅଭିଯୁକ୍ତକୁ ଧରିପାରିନି ପୁଲିସ୍‌। ଏହି ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ ସୌମ୍ୟଙ୍କ ପରିବାର ଲୋକ ପ୍ରଥମରୁ ଅଭିଯୋଗ କରି ଆସୁଥିବା ବେଳେ ଆଜି ତାଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଓ ପାରଳେଖେମୁଣ୍ଡି ପୁଲିସ୍‌ ଟିମ୍‌ ମିଳିତ ଭାବେ ଡିଏଫଓଙ୍କୁ ଜେରା କରିବେ ବୋଲି ଜଣାଯାଇଛି। ସେହିପରି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା କ’ଣ ପାଇଁ ପାରଳାଖେମୁଣ୍ଡି ମେଡିକାଲ ଆସିଥିଲେ, କ’ଣ ପାଇଁ ଆମ୍ବୁଲାନ୍ସକୁ ଅଟକିବାକୁ କହିଥିଲେ, ସେ ନେଇ ଆଜି ତାଙ୍କୁ ବି ପଚରାଉଚରା କରାଯିବ। ଅପରପକ୍ଷେ, ଗତକାଲି ଦକ୍ଷିଣାଞ୍ଚଳ ଡିଆଇଜି, ପାରଳାଖେମୁଣ୍ଡି ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଟିମ୍‌ ସୌମ୍ୟଙ୍କ ସରକାରୀ ବାସଭବନକୁ ଛାନଭିନ କରିବା ପରେ ସେଠାରେ ହିଁ କ୍ରାଇମ ଘଟିଥିଲା ବୋଲି ସ୍ପଷ୍ଟ କରିଛନ୍ତି। ଘଟଣାସ୍ଥଳରେ ପୋଡ଼ା ଚିହ୍ନ ଥିବା ବେଳେ ମଶା ନେଟ ପୋଡ଼ି ଯାଇଥିବା ଗତକାଲି କହିଥିଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି। ଏହାପରେ ତଦନ୍ତକୁ ଜୋରଦାର କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!