Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୦ ଡିଗ୍ରୀର ତାପମାତ୍ରାରୁ କୃତିମ ବର୍ଷା କରାଇ ଆଶ୍ୱସ୍ତି ଦେଲା ଡ୍ରୋନ

by ସଞ୍ଜୟ ସ୍ୱାଇଁ
July 22, 2021
in NATIONAL NEWS, Technology
୫୦ ଡିଗ୍ରୀର ତାପମାତ୍ରାରୁ କୃତିମ ବର୍ଷା କରାଇ ଆଶ୍ୱସ୍ତି ଦେଲା ଡ୍ରୋନ
102
VIEWS
Share on FacebookShare on Twitter

ଦୁବାଇ, (ବାଘୁଆବାର୍ତ୍ତା): ସଂଯୁକ୍ତ ଆରବ ଏମିରଟ (ୟୁଏଇ) ଏହି ସମୟରେ ଭୟଙ୍କର ଗରମରେ ଜଳୁଛି। ଲୋକେ ଏଥିରୁ ବର୍ତ୍ତିବା ପାଇଁ ଅଣନିଶ୍ୱାସୀ ପ୍ରାୟ। ଏଥିପାଇଁ ଟେକ୍ନୋଲୋଜିର ସାହାଯ୍ୟରେ ବର୍ଷା କରାଇ ଏହାର ଦୁବାଇର ସହରକୁ ୫୦ ଡ଼ିଗ୍ରୀର ତାପମାତ୍ରାରୁ ଆଶ୍ୱସ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛି ୟୁଏଇ। କାରଣ ଏତେ ଗରମରେ ସେମାନେ ପ୍ରକୃତି ଉପରେ ଭରସା ରଖି ରହିବାକୁ ଆଉ ଧୈର୍ୟ୍ୟ ବି ନାହିଁ। କୃତ୍ରିମ ବର୍ଷା ପାଇଁ ଡ୍ରୋନ୍‌ର ବ୍ୟବହାର କରିଛନ୍ତି ଏବଂ ସହରର ଲୋକ ରିମ୍‌ଝିମ୍‌ ବର୍ଷାର ଆନନ୍ଦ ନେଇଛନ୍ତି। ଅନେକ ଅଞ୍ଚଳରେ ଏହି ପ୍ରକ୍ରିୟାରେ ଏତେ ମାତ୍ରାରେ ବର୍ଷା କରାଯାଇଛି କି ପାଣିପାଗ ବିଭାଗକୁ ଅରେଞ୍ଜ ଆଲର୍ଟ ଜାରି କରିବାକୁ ପଡ଼ିଛି। ହେଲେ ଏହି ଟେକ୍‌ନିକ୍‌ ଏବେ ମଧ୍ୟ ଟ୍ରାଏଲ୍‌ରେ ରହିଛି। କିନ୍ତୁ ଏହାର ସଫଳତା ନେଇ ଏହାକୁ ଆଗକୁ ଜାରି ରଖିବାକୁ ପଡ଼ିପାରେ। ସଂଯୁକ୍ତ ଆରବ ଏମିରଟ(ୟୁଏଇ)ର ନ୍ୟାସନାଲ ସେଣ୍ଟର ଅଫ୍‌ ମେଟିୟୋରୋଲୋଜି କୃତ୍ରିମ ବର୍ଷାର ଆଇଡିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଏହାର କାରଣ ଏହାକି ପ୍ରତି ବର୍ଷ ହେବାକୁ ଥିବା ଲୁ’ର ପ୍ରଭାବରୁ ରକ୍ଷା ପାଇବା ପାଇଁ କୌଣସି ଉପାୟ ଆବଶ୍ୟକ । କାରଣ ପ୍ରତି ବର୍ଷ କିଛି ନା କିଛି ଆଭରେଜ୍‌ ବର୍ଷାରେ ଅଭାବ ଦେଖିବାକୁ ମିଳେ। ୟୁଏଇ ଏହି କାମରେ ୨୦୧୭ରୁ ହିଁ ଫଣ୍ଡ ଲଗେଇବା ଆରମ୍ଭ କରି ଦେଇଥିଲା । ଏହାର ଲିଡ୍‌ କରୁଛନ୍ତି ୟୁନାଇଟେଡ୍‌ କିଙ୍ଗଡମ୍‌ ସ୍ଥିତ ୟୁନିଭର୍ସିଟି ଅଫ୍‌ ରିଡିଂର ପ୍ରଫେସର ମାର୍ଟିନ୍‌ ଅମ୍ୱାମ। ଏଥିପାଇଁ ସ୍ୱତନ୍ତ୍ର ପ୍ରକାରର ଡ୍ରୋନ୍‌ ତିଆରି କରାଯାଇଥିଲା , ଯାହାକି ବାଦଲରେ ଇଲେକ୍ଟ୍ରୋନିକ୍‌ ଚାର୍ଜ ଛାଡ଼ିଥାଏ ଏବଂ ଏହାର ପରିବର୍ତ୍ତେ ପୃଥିବୀରେ ବର୍ଷାର ପ୍ରବଳ ଧାରା ବୋହିବାକୁ ଲାଗେ। ବିଜ୍ଞାନ ଭାଷାରେ ଏହି ପ୍ରକ୍ରିୟାକୁ କ୍ଲାଉଡ୍‌-ସିଡିଂ କୁହାଯାଏ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!