ଯାଜପୁର, (ବାଘୁଆବାର୍ତ୍ତା): ଶାସନ୍ଧା ଗାଁରେ ଗୁପଚୁପ ଖିଆକୁ ନେଇ ହଣାକଟା ଘଟଣା ଆସାମୀକୁ ଗିରଫ ଦାବିରେ ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ୟ୍ୟଳୟ ଆଗରେ ଧାରଣା ଦେଲେ ଅଭିମନ୍ୟୁଙ୍କ ପରିବାର । ପ୍ରକାଶ ଯୋଗ୍ୟ ଗତ ୭ ତାରିଖ ଦିନ ସେହି ଗାଁର ରବିନ୍ଦ୍ର କୁମାର ବେହୁରିଆଙ୍କ ପୁଅ ବାହାଘର ଭୋଜି ଥିଲା। ଏହି ଭୋଜିରେ ଅଭିମନ୍ୟୁ ବିଶ୍ୱାଳ ଗୁପଚୁପ ବାଣ୍ଟିଥିଲେ। ଏହି ସମୟରେ ସତ୍ୟବ୍ରତ ବେହୁରିଆଙ୍କ ମାଆ ଗୁପଚୁପ ଗୋଟେ କଂସାରେ ନେବାକୁ ଅଭିମନ୍ୟୁଙ୍କୁ ମାଗିଥିଲେ । ଯାହାକୁ ଅଭିମନ୍ୟୁ ବିରୋଧ କରିଥିଲେ । ଏହି କଥା ଶୁଣିଲା ପରେ ସତ୍ୟବ୍ରତ ଉତକ୍ଷିପ୍ତ ହୋଇ ଅଭିମନ୍ୟୁଙ୍କୁ ଘଟଣା ସ୍ଥଳରେ ବାଡେଇ ଥିଲେ। ଏତିକିରେ କଥା ସରି ନଥିଲା ସେହି ଦିନ ରାତିରେ ସତ୍ୟବ୍ରତ ଓ ସାଙ୍ଗମାନେ ପୁନଶ୍ଚ ରାତିରେ ଏକ ମାରଣାସ୍ତ୍ରରେ ଅଭିମନ୍ୟୁକୁ ଆକ୍ରମଣ କରି ଲହୁଲୁଣା କରିଦେଇଥିବା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ସେଠାରେ କୌଣସି ନ୍ୟାୟ ନପାଇବାରୁ ଆଜି ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ୟ୍ୟଳୟ ଆଗରେ ସପରିବାର ଧାରଣା ଦେଇଥିଲେ। ତେବେ ଏସପି ରାହୁଲ ପିଆର ଘଟଣା ସମ୍ପର୍କରେ ଆଲୋଚନା କରି ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।






