Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ

by ସଞ୍ଜୟ ସ୍ୱାଇଁ
July 22, 2021
in Nayagarh
ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ  ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ
99
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ େୱବ୍‌ଭିତ୍ତିକ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ । ଦପ୍ତର ପରିଚାଳନା, କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ, ବିଭିନ୍ନ ଦେୟ ସଂଗ୍ରହ, ସବ୍‌ସିଡି ପରିଚାଳନା ଓ ଆପତ୍ତି-ଅଭିଯୋଗର ସମାଧାନ ପରି ବିଭିନ୍ନ ଦାପ୍ତରିକ କାର୍ଯ୍ୟକଳାପ ନିମନ୍ତେ ଏହା ସ୍ୱୟଂକ୍ରିୟ ସେବା ପ୍ରଦାନ କରିବ । କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏହି ଆପ୍‌ର ଶୁଭାରମ୍ଭ କରି ସରକାରଙ୍କ ପ୍ରଶାସନିକ ପରିଚାଳନା ନିମନ୍ତେ ୫-‘ଟି’ ଉପକ୍ରମରେ ରହିଥିବା ସ୍ୱଚ୍ଛତାକୁ ଏହା ଗୁରୁତ୍ୱ ଦେବ ବୋଲି ପ୍ରକାଶ କରିଛନ୍ତି । ବିଭିନ୍ନ ଅଫିସ୍‌ ପରିଚାଳନା ବ୍ୟବସ୍ଥାରେ ଏହି ଆପ୍‌ ତା’ର ପାରଦର୍ଶୀ ସହଯୋଗ ବିସ୍ତାର କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକଟ କରିବା ସହିତ ଓକାକ୍‌ ଟାୱାରରୁ କାର୍ଯ୍ୟକରୁଥିବା ବିଭିନ୍ନ ଆଇଟି କମ୍ପାନୀଗୁଡ଼ିକର ଆସ୍ଥା ବୃଦ୍ଧିରେ ଏହି େୱବ୍‌ଭିତ୍ତିକ ଆପ୍‌ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି । ପୂର୍ବରୁ ଅନେକ ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜଟିଳ ପ୍ରକ୍ରିୟାକୁ ପ୍ରତିହତ କରି ଏହି ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ ସେଗୁଡ଼ିକୁ ସ୍ୱୟଂକି୍ରୟ କରିବ । ବର୍ତ୍ତମାନ ଏହି ଆପ୍‌ ଜରିଆରେ ସ୍ଥାନ ପରିଚାଳନା, ସ୍ଥାନ ଆବଣ୍ଟନ, ଆର୍ଥିକ ଦେୟ ହିସାବ, ମାସିକ ଆବଶ୍ୟକତାର ଉପଲବ୍ଧି, ଅନ୍‌ଲାଇନ୍‌ ଦେୟପ୍ରଦାନ ସୁବିଧା, ସବ୍‌ସିଡି ପରିଚାଳନା, ଓକାକ୍‌ ତଥା ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ ଯୋଗାଯୋଗ ଏବଂ ଅନ୍‌ଲାଇନ ଆପତ୍ତି-ଅଭିଯୋଗ ପରିଚାଳନା ଇତ୍ୟାଦି ସ୍ୱୟଂକ୍ରିୟ ହୋଇପାରିବ । ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏହି ଅବସରରେ କହିଛନ୍ତି ଯେ ଏହି ଆପ୍‌ ଫଳରେ ଏକ ବ୍ୟସ୍ତବହୁଳ ପରିବେଶରେ ଉପଯୁକ୍ତ ସୁବିଧା ସହିତ ସେବାଯୋଗାଣର ଏକ ସମର୍ଥ ପାରିପାଶ୍ୱର୍କ ସ୍ଥିତି ସୃଷ୍ଟି ହୋଇପାରିବ । ଇ-ଗଭର୍ଣ୍ଣାନ୍ସ ମାଧ୍ୟମରେ ଏକ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ନିମନ୍ତେ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!