Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କର୍ଣ୍ଣାଟକ ରାଜନୀତିରେ ଝଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଲେ ୟେଦୁୟେରପ୍ପା

by ସଞ୍ଜୟ ସ୍ୱାଇଁ
July 22, 2021
in Feature News
କର୍ଣ୍ଣାଟକ ରାଜନୀତିରେ ଝଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଲେ ୟେଦୁୟେରପ୍ପା

CREATOR: gd-jpeg v1.0 (using IJG JPEG v62), quality = 100

84
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁୟେରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୁଲାଇ ୨୫ ତାରିଖରେ ଯାହା ନିର୍ଦ୍ଦେଶ ଦେବେ ତାକୁ ସେ ଗ୍ରହଣ କରିବେ । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପା କହିଛନ୍ତି କି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ମନରେ ମୋ ପ୍ରତି ବହୁତ ସମ୍ମାନ ଓ ଭଲପାଇବା ରହିଛି | ଦଳର ୭୫ ବର୍ଷ ପାର କରିଥିବା କୌଣସି ନେତାଙ୍କୁ କୌଣସି ପଦ ମିଳିନଥିବା ବେଳେ ସେମାନେ ମୋ କାମରେ ପ୍ରଭାବିତ ହୋଇ ମୋତେ ୭୯ ବର୍ଷ ବୟସ ହେବା ଯାଏଁ କାମ କରିବାର ସୁଯୋଗ ଦେଇଛନ୍ତି |”  ସେ କହିଛନ୍ତି, ‘ମୋର ଇଚ୍ଛା ରାଜ୍ୟରେ ଦଳକୁ ଆହୁରି ମଜବୁତ କରିବି ଓ ଦଳକୁ ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାରେ ସାହାଯ୍ୟ କରିବି | ଜୁଲାଇ ୨୬ରେ ଆମ ସରକାରକୁ ୨ ବର୍ଷ ପୂରଣ ହେବାକୁ ଯାଉଛି | ଏହି ଅବସରରେ ଜେ.ପି ନଡ୍ଡା ଯାହା ନିର୍ଦ୍ଦେଶ ଦେବେ ତାହାକୁ ଗ୍ରହଣ କରିବି | ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରି ଏକ ନୂଆ ଟିମ୍ ସହାୟତରେ ୨୦୨୪ ନିର୍ବାଚନ ଲଢିବାକୁ ଲକ୍ଷ୍ୟ ରଖିଛି । ଏହି କ୍ରମରେ ଆସାମ ଓ ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!