Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝୁଲନ୍ତା ଅବସ୍ଥାରେ ମିଳିଲା କେରଳର ବିଧାନସଭାର ପ୍ରାର୍ଥୀ ଅନନ୍ୟା କୁମାରୀ ଆଲେକ୍ସଙ୍କ (ରେଡିଓ ଜକି)ଙ୍କ ମୃତ ଦେହ

by ସଞ୍ଜୟ ସ୍ୱାଇଁ
July 21, 2021
in Crime, NATIONAL NEWS
ଝୁଲନ୍ତା ଅବସ୍ଥାରେ ମିଳିଲା କେରଳର ବିଧାନସଭାର ପ୍ରାର୍ଥୀ ଅନନ୍ୟା କୁମାରୀ ଆଲେକ୍ସଙ୍କ (ରେଡିଓ ଜକି)ଙ୍କ ମୃତ ଦେହ
149
VIEWS
Share on FacebookShare on Twitter

ଥିରୁୱନନ୍ତପୁରମ, (ବାଘୁଆବାର୍ତ୍ତା): ଆଉ ନାହାନ୍ତି କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆର୍‌ଜେ ତଥା ରେଡିଓ ଜକି । କେରଳ ବିଧାନସଭା ନିର୍ବାଚନରେ ପ୍ରଥମ ଟ୍ରାନ୍ସଜେଣ୍ଡର ଆଶାୟୀ ପ୍ରାର୍ଥୀ ରହିଥିବା ଅନନ୍ୟା କୁମାରୀ ଆଲେକ୍ସଙ୍କ ମୃତ୍ୟୁ ହୋଇଛନ୍ତି । ନିଜ ଘରେ ହିଁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନନ୍ୟା ୨୦୨୦ରେ କୋଚିର ଏକ ଘରୋଇ ଡାକ୍ତରଖାନାରେ ଭେଜିନୋପ୍ଲାଷ୍ଟି ଅସ୍ତ୍ରୋପଚାର କରିଥିଲେ। ସେ କହିଥିଲେ ଯେ ଅସ୍ତ୍ରୋପଚାରର ଗୋଟିଏ ବର୍ଷ ପରେ ମଧ୍ୟ ସେ ବହୁତ ସମସ୍ୟାର ସମ୍ମୁଖିନ ହୋଇଥିଲେ ଏବଂ ଅଧିକ ସମୟ ଠିଆ ହୋଇପାରୁନଥିଲେ। ଶାରୀରିକ ସମସ୍ୟା ହେତୁ ସେ କାମ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ ବୋଲି ଅନନ୍ୟା କହିଥିଲେ। ଅସ୍ତ୍ରୋପଚାର ସମୟରେ ହୋଇଥିବା ଭୁଲ ହେତୁ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅନନ୍ୟା କହିଥିଲେ। ଅସ୍ତ୍ରୋପଚାରର ଖୁଲାସା କରିବା ପରେ ଏବେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ପୁଲିସ ଅନନ୍ୟାଙ୍କ ମୃତଦେହ ଜବତ କରି ଏର୍ନାକୁଲମର ଜେନେରାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । କୁହାଯାଉଛି ଯେ ଅନନ୍ୟା ଶାରୀରିକ ଯନ୍ତ୍ରଣା ହେତୁ ଆତ୍ମହତ୍ୟା କରିଛନ୍ତି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନନ୍ୟା କୁମାରୀ ଆଲେକ୍ସ କୋଲାମ ପେରୁମାନର ବାସିନ୍ଦା। ସେ ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର ଯିଏକି କେରଳର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଏପ୍ରିଲ୍ ୨୦୨୧ ରେ ଅନୁଷ୍ଠିତ କେରଳ ବିଧାନସଭା ନିର୍ବାଚନରେ ମାଲାପୁରମ୍ ଜିଲ୍ଲାର ଭେଙ୍ଗାରା ନିର୍ବାଚନମଣ୍ଡଳୀରେ ଡେମୋକ୍ରାଟିକ୍ ସୋସିଆଲ୍ ଜଷ୍ଟିସ୍ ପାର୍ଟି ପ୍ରାର୍ଥୀ ଭାବରେ ପ୍ରଚାର ଆରମ୍ଭ କରିଥିଲେ। ପରେ ତାଙ୍କ ଦଳର ନେତାଙ୍କ ଧମକ ଓ ନିର୍ୟ୍ୟା ତନା ମଧ୍ୟରେ ସେ ନିର୍ବାଚନରୁ ଓହରି ଯାଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!