ଭୋଗରାଇ, (ବାଘୁଆବାର୍ତ୍ତା): ଚୋରା ମଦ ବିକ୍ରି ପଡିଲା ମହଙ୍ଗା । ଗାଡି ଭଙ୍ଗାରୁଜା ସହ ତିନି ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ କାନ୍ଥିଭଉଁରୀ ପଞ୍ଚାୟତରେ । ଓଟ ଗାଡି ଦ୍ବାରା ଦୁଇ ଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ କାନ୍ଥିଭଉଁରୀ ଗ୍ରାମର ଜନୈକ ଘରକୁ ମଦ ଦେବା ସମୟରେ ଗ୍ରାମର ମହିଳାମାନେ ଦୁଇ ଜଣଙ୍କୁ ମାଡ ମାରି ଏକ ଘରେ ବନ୍ଦ କରି ରଖିବା ସହିତ ଗାଡି ଭଙ୍ଗାରୁଜା କରିଥିଲେ । ଏହାପରେ ଏକ ବୋଲେରୋ ସାହାଯ୍ୟରେ ଏନଜିଓର ପରିଚୟ ଦେଇ ଛଡାଇବାକୁ ଆସିଥିବା ଅନୀଲ ପ୍ରଧାନ ନାମଙ୍କ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ବୋଲେରୋକୁ ଭଙ୍ଗାରୁଜା କରିବା ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା। ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି।





