ବେଜିଂ,(ବାଘୁଆବାର୍ତ୍ତା): ଜାପାନକୁ ପରମାଣୁ ଆକ୍ରମଣ ଧମକ ଦେଇଛି ଚୀନ । ଜାପାନ ଯଦି ତାଇଓ୍ବାନ ମାମଲାରେ ମୁଣ୍ଡ ପୁରାଏ ତେବେ ଜାପାନ ଉପର ଭୟଙ୍କର ପରମାଣୁ ଆକ୍ରମଣ କରାଯିବ ବୋଲି ଚୀନର କମ୍ୟୁନିଷ୍ଟ ପାର୍ଟି ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଏକ ଭିଡିଓ ଜାରି କରି ଧମକ ଦିଆଯାଇଛି । ଏହି ଭିଡିଓ ବାର୍ତ୍ତାରେ କୁହାଯାଇଛି ଯେ ଅଣପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନଙ୍କ ଉପରେ ପରମାଣୁ ଆକ୍ରମଣ ନ କରିବାକୁ ଚୀନର ଯେଉଁ ନୀତି ଅଛି ଜାପାନ କ୍ଷେତ୍ରରେ ତାହା ଲାଗୁ ହେବ ନାହିଁ । ଚୀନର ତାଇଓ୍ବାନ ଅଧିକାର ବେଳେ ଜାପାନ ଯଦି ହସ୍ତକ୍ଷେପ କରେ ତେବେ ଜାପାନ ଉପରେ ବାରମ୍ବାର ପରମାଣୁ ଆକ୍ରମଣ କରାଯିବ ଓ ଜାପାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯିବ । ଏହି ଭିଡିଓ ଜାରି କରିବାର କିଛି ସମୟ ପରେ ତାହାକୁ ପ୍ରତ୍ୟାହାର କରିନିଆଯାଇଛି ।






