Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାବରେ ବନ୍ଧା ହେଲେ କ୍ରିଷନ କୁମାର

by ସଞ୍ଜୟ ସ୍ୱାଇଁ
July 21, 2021
in State, Toursimi
ଭାବରେ ବନ୍ଧା ହେଲେ କ୍ରିଷନ କୁମାର
312
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଭାବର ଠାକୁର ସେ ଭାବ ବିନୋଦିଆ । ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ବିକଳ୍ପ ନାହିଁ । ଶ୍ରୀଜିଉଙ୍କ ବାହୁଡା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ନିକଟରେ ସେଇ ଭକ୍ତି ଓ ସମର୍ପଣ ଭାବ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚି ସାରିଥାଏ । ହଠାତ ମାଡ଼ିଆସିଲା ବର୍ଷା । ସେ ବର୍ଷାକୁ ଖାତିରନକରି ସେବାୟତମାନେ ଯେପରି ରଥ ଟାଣିନେଉଥାନ୍ତି, ମୁଖ୍ୟ ପ୍ରଶାସକ ମଧ୍ୟ ମୁଣ୍ଡରେ ଗାମୁଛା ଓ ମୁହଁରେ ମାସ୍କ ବାନ୍ଧି ବଡଦାଣ୍ଡରେ ରଥ ଆଗେ ଆଗେ ଖାଲି ପାଦରେ ଚାଲିଥାନ୍ତି । ରଥଯାତ୍ରାରେ ଶୃଙ୍ଖଳିତ ରୀତିନୀତି ତାଙ୍କ ଦାୟିତ୍ୱ । ତେଣୁ ବିନା କୌଣସି ବିଘ୍ନରେ କେମିତି ଏ ନବଦିନାତ୍ମକ ଯାତ୍ର ସମାପନ ହେବ ସେଥିପାଇଁ ମୁଖ୍ୟ ପ୍ରଶାସକ ମହାପ୍ରଭୁଙ୍କ ନିକଟରେ ନିଜକୁ ପୂର୍ଣ୍ଣମାତ୍ରାରେ ସମର୍ପଣ କରିଦେଇଛନ୍ତି । ବର୍ଷାରେ କାଳେ ରଥଟଣା ବିଳମ୍ବିତ ହେବ କିମ୍ବା କାଳେ କୌଣସି ବିଘ୍ନ ଘଟିବ, ସେଥିପାଇଁ ମୁଖ୍ୟ ପ୍ରଶାସକ ବିଚଳିତ ହୋଇପଡିଥିଲେ । ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ହୋଇଗଲା । ଜଣେ ପ୍ରଶାସକଙ୍କ ନିକଟରେ ଏଭଳି ଭାବ କେବେ ଦେଖିବାକୁ ମିଳିନଥିଲା । ଢୁ ଢୁ ବର୍ଷାକୁ ଖାତିର ନକରି ବଡଦାଣ୍ଡରେ ବିଶ୍ଵନିଅନ୍ତାଙ୍କ ନିକଟରେ ନିଜକୁ ସମର୍ପି ଦେଇଛନ୍ତି । ବୋଧହୁଏ ତାଙ୍କର ଏଇ ଭକ୍ତି ଭାବ ଓ ସମର୍ପଣ ପାଇଁ ଗତ ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲେ ବି କୌଣସି ବିଘ୍ନ ଘଟିନି । ମହାପ୍ରଭୁ ବି ନିଜ ଭକ୍ତର ଭାବାବେଗକୁ ବୁଝିଛନ୍ତି । ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ୟ୍ୟନ୍ତ ସବୁ ନୀତିକାନ୍ତି ଶୃଙ୍ଖଳିତ ଓ ନିର୍ଦ୍ଧରିତ ସମୟ ପୂର୍ବରୁ ଶେଷ ହୋଇଛି । ଏମିତିବି ଜଣେ ପ୍ରଶାସକ ହୋଇବି ସେ ସେବାୟତଙ୍କ ସହ ମିଶି ବଡଦାଣ୍ଡରେ ଗୀତଗୋବିନ୍ଦ ଗାନ କରିବା ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତିଭାବର ପରିଚୟ । ସେହିଭଳି ସେବାୟତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ସୁଖଦୁଃଖର ସାଥି ହୋଇଥିବାରୁ ସେବାୟତମାନେବି ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରିଥାନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!