Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନାଥ ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା

by ସଞ୍ଜୟ ସ୍ୱାଇଁ
July 20, 2021
in Planning and Development, State
ଅନାଥ ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା
110
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚକିତ କଲା ଭଳି ଖବର । ରାଜ୍ୟରେ ଗତ ବର୍ଷକ ଭିତରେ ୮ ହଜାର ୩୦୯ ଜଣ ଶିଶୁ ଅନାଥ ହୋଇଛନ୍ତି । କିଏ ଉଭୟ ବାପା ମାଆଙ୍କୁ ହରାଇଛି ଆଉ କିଏ କେବଳ ବାପା କିମ୍ବା ମାଆଙ୍କୁ ହରାଇଛି । ରାଜ୍ୟ ସହରକାରଙ୍କ ‘ଆଶୀର୍ବାଦ’ ଯୋଜନାରେ ସାମିଲ ହେବାକୁ ଏତିକି ସଂଖ୍ୟାରେ ଆବେଦନ ମିଳିଛି । ଆବେଦନ କରିଥିବା ଏହି ୮ ହଜାର ୩୦୯ ଜଣଙ୍କ ମଧ୍ୟରୁ ୧୪୬୯ ଜଣ ଅଭିଭାବକଙ୍କ ମୃତ୍ୟୁ କରୋନା କାରଣରୁ ହୋଇଛି । ୬ ହଜାର ୮୪୦ ଜଣଙ୍କ ମୃତ୍ୟୁ ଅଣକୋଭିଡ ଜନିତ ବୋଲି ଦର୍ଶାଯାଇଛି । ଏତେସଂଖ୍ୟାରେ ଆବେଦନକୁ ନେଇ ଏବେ ପ୍ରଶାସନ ହରଡ଼ଘଣାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ଅନାଥ ପିଲାମାନଙ୍କ ପାଠପଢ଼ା ସହ ଭରଣପୋଷଣ ଦାୟିତ୍ୱ ନେବେ ସରକାର । ଏଥିପାଇଁ ପ୍ରତି ମାସରେ ପିଲାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବେ ସରକାର । ବାପ-ମାଆ ଉଭୟଙ୍କୁ ହରାଇଥିବା ପିଲାଙ୍କୁ ମାସିକ ମିଳିବ ଅଢ଼େଇ ହଜାର । କେବଳ ବାପ କିମ୍ବା ମାଆ ଜଣଙ୍କୁ ହରାଇଥିଲେ ମାସକୁ ମିଳିବ ଦେଢ଼ ହଜାର ।ସରକାରୀ ନିଷ୍ପତ୍ତି ଅନୁସାରେ, ଗତ ୨୦୨୦ ଏପ୍ରିଲ ପହିଲା କିମ୍ବା ତା’ପରେ ବାପା,ମାଆ ହରାଇଥିବା ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ସୁବିଧା ଯୋଗାଇ ଦିଆଯିବ । ଆଶୀର୍ବାଦ ଯୋଜନାରେ ଏହି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନେ ସେମାନଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ଗହଣରେ ହିଁ ରହିବେ । ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍‌ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ । ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପାଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମାସିକ ଟଙ୍କା ପିଲାକୁ ୧୮ ବର୍ଷ ଯାଏ ଜମା କରାଯିବ ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!