Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରାଇମବ୍ରାଞ୍ଚର ସତର୍କବାଣୀ: ହ୍ୟାକ୍ ହେଉଛି ବ୍ୟାଙ୍କ୍ ଆକାଉଣ୍ଟ

by ସଞ୍ଜୟ ସ୍ୱାଇଁ
July 20, 2021
in Feature News
ସାଇବର ଠକେଇ ମାମଲା; ୨ଜଣ ବ୍ୟକ୍ତିଙ୍କୁ ମିଳିଲା ହରାଇଥିବା ଟଙ୍କା
174
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନକଲି କୋ-ୱିନ୍‌ ଆପ୍ଲିକେସନ୍ ଭଳି ଏବେ ବ୍ୟାଙ୍କ ଗ୍ରାହକଙ୍କ କେୱାଇସି ଅପଡେଟ୍ ପାଇଁ ଖୋଲିଛି ନକଲି ୱେବ୍‌ସାଇଟ। କରୋନା କାଳରେ କେୱାଇସି ଅପଡେଟ୍ ପାଇଁ ଗ୍ରାହକ ବ୍ୟାଙ୍କ୍ ଯିବାକୁ ସୁରକ୍ଷିତ ମନେ କରୁନଥିବାରୁ ଏବେ ଏହାର ଫାଇଦା ନେଉଛନ୍ତି ସାଇବର ଅପରାଧୀ। ଅନଲାଇନ୍‌ରେ ଘରେ ବସି କେୱାଇସି ଅପଡେଟ୍ କରିବା ପାଇଁ ଗ୍ରାହକଙ୍କ ମୋବାଇଲକୁ ଆସୁଛି ମେସେଜ୍। ଅବିକଳ ବ୍ୟାଙ୍କ ୱେବ୍‌ସାଇଟ୍ ଭଳି ଦେଖାଯାଉଥିବା ଏକ ୱେବ୍‌ସାଇଟ୍ ଲିଙ୍କ୍ ଖୋଲିବାକୁ କୁହାଯାଉଛି। ଏହି ଲିଙ୍କ୍‌ ଖୋଲି ଗ୍ରାହକ ନିଜର ସମସ୍ତ ବ୍ୟାଙ୍କ ସଂକ୍ରାନ୍ତ ଗୋପନୀୟ ତଥ୍ୟ ଦାଖଲ କରିବା ପରେ ସମସ୍ତ ଟଙ୍କା ଗାଏବ ହୋଇଯାଉଛି। କରୋନା କାଳରେ ସାଇବର୍ ଅପରାଧୀଙ୍କ ଏ ପ୍ରକାର କୌଶଳରୁ ବର୍ତ୍ତିବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଏବେ ସତର୍କ ସୂଚନା ଜାରି କରିଛି। ବ୍ୟାଙ୍କରେ ଭିଡ଼ ହେଉଥିବାରୁ ଅନେକ ଗ୍ରାହକ କେୱାଇସି ଅପଡେଟ୍ ପାଇଁ କରୋନା ସମୟରେ ବ୍ୟାଙ୍କ ଯିବାକୁ ସୁରକ୍ଷିତ ଭାବୁ ନାହାନ୍ତି। ଏଭଳି ସୁଯୋଗର ହାତଛଡ଼ା କରୁନାହାନ୍ତି ସାଇବର୍ ଅପରାଧୀ। ଘରେ ବସି କେୱାଇସି ଅପଡେଟ୍ କରିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଇ-ମେଲ, ମେସେଜ ଏବଂ ଫୋନ୍ କଲ୍ କରୁଛନ୍ତି ସାଇବର ଅପରାଧୀ। ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କ ନିକଟକୁ ଏପ୍ରକାର ଫୋନ୍ କଲ୍ ଅଧିକ ଆସୁଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏକ ୱେବସାଇଟ ଲିଙ୍କ୍ http://Pleasehelp.co.in”Pleasehelp.co.in ଖୋଲିବାକୁ ଫୋନ୍ କରିଥିବା ବ୍ୟକ୍ତି ଜଣକ କହୁଛି। ଏହି ଲିଙ୍କ୍ କ୍ଲିକ୍ କଲେ, ଅବିକଳ ଷ୍ଟେଟବ୍ୟାଙ୍କର୍ ‘ଅନଲାଇନ୍‌ କେୱାଇସି କେନ୍ଦ୍ର’ ନାଁରେ ଏକ ନକଲି ପେଜ୍ ଖୋଲୁଛି। ଏହି ପେଜ୍ ଖୋଲିବା ପରେ ଗ୍ରାହକଙ୍କ ମୋବାଇଲ୍ ନମ୍ବର, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଆଇଡି, ଲଗଇନ୍ ପାସୱାର୍ଡ ଓ ପ୍ରୋଫାଇଲ୍ ପାସ୍‌ୱାର୍ଡ ଦେବାକୁ କୁହାଯାଉଛି। ଏହାଜଣେ ବ୍ୟାଙ୍କ୍ ଗ୍ରାହକର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗୋପନୀୟ ତଥ୍ୟ। କିନ୍ତୁ କେୱାଇସି ଅପଡେଟ୍ ନାଁରେ ସାଇବର ଅପରାଧୀ ଏଭଳି ଗୋପନୀୟ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ କ୍ରାଇମବ୍ରାଞ୍ଚରେ ପହଞ୍ଚିବା ପରେ ଗ୍ରାହକଙ୍କୁ ସତର୍କ କରିବା ପାଇଁ ଜିଲ୍ଲାସ୍ତରରେ ପୁଲିସ ଅଧିକାରୀଙ୍କୁ ଏ ନେଇ ପରାମର୍ଶ ଦିଆଯାଇଛି। ଏହି ତଥ୍ୟ ନେବା ପରେ ସାଇବର ଅପରାଧୀ ଉକ୍ତ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ହ୍ୟାକ୍ କରି ନିଜ ନିୟନ୍ତ୍ରଣରେ ରଖି ଟଙ୍କା ଉଠାଉଛି। ବ୍ୟାଙ୍କ ତରଫରୁ କେୱାଇସି ଅପଡେଟ୍ ପାଇଁ କୌଣସି ପ୍ରକାର ଲିଙ୍କ୍ ଗ୍ରାହକଙ୍କୁ ଦିଆଯାଉନଥିବା ବେଳେ ଏଭଳି ଅଜଣା ଲିଙ୍କରେ ବ୍ୟାଙ୍କ୍ ସଂକ୍ରାନ୍ତ ବ୍ୟକ୍ତିଗତ ତଥ୍ୟ ନଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି। ଅନ୍ୟପଟେ କରୋନା ଟିକାକରଣ ପାଇଁ ସ୍ଲଟ୍ ବୁକିଂ ସମସ୍ୟା ହେଉଥିବାରୁ ସାଇବର୍ ଅପରାଧୀମାନେ ଅବିକଳ କୋ-ୱିନ୍ ଆପ୍ଲିକେସନ୍ ଭଳି ଏକ ନକଲି ଆପ୍ଲିକେସନ୍ ‘ଭାକ୍ସିନ୍ ରେଜିଷ୍ଟର୍’ରେ କମ୍ ସମୟ ଭିତରେ ସ୍ଲଟ୍ ବୁକିଂ କରାଇବା ନେଇ ମୋବାଇଲକୁ ମେସେଜ୍ ଆସୁଥିଲା। ଏହି ଆପ୍ଲିକେସନ୍ ମୋବାଇଲରେ ଡାଉନଲୋଡ୍ ହେବା ମାତ୍ରକେ ବ୍ୟାଙ୍କ୍ ଗ୍ରାହକଙ୍କ ଟଙ୍କା ଗାଏବ୍ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!