Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ବାପା

by ସଞ୍ଜୟ ସ୍ୱାଇଁ
July 19, 2021
in Crime, State
ପୁଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ବାପା
101
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମୃତ୍ୟୁର ୭ ଦିନ ପରେ ବି ରହସ୍ୟଘେରରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର । ପୋଲିସ ଡିଜିଙ୍କୁ ଦାବି ପତ୍ର ଦେବାକୁ ସେ ଆସିଛନ୍ତି । ଦାବିପତ୍ରରେ ୩ ଜଣଙ୍କର ଲାଇ ଡିଟେକସନ୍ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ସୌମ୍ୟଙ୍କ ପତ୍ନୀ ତଥା ବୋହୂ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ଏବଂ ରୋଷେୟାଙ୍କ ଲାଇ ଡିଟେକସନ୍ ଟେଷ୍ଟ ସହ ରହସ୍ୟଜନକ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ କଠରୋ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିରାମ ମହାପାତ୍ର ଡିଜିପିଙ୍କୁ ଦେଇଥିବା ଦାବିପତ୍ରରେ ସାଂଘାତିକ ତଥ୍ୟ ଉଲ୍ଲେଖ କରିଛନ୍ତି । ଘଟଣା ପଛରେ ଗଜପତିର ଜଣେ ମହିଳା ଇନ୍ସପେକ୍ଟରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି । ସଂପୃକ୍ତ ମହିଳା ଓଓଉ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସଂପର୍କୀୟ । ଘଟଣା ଦିନ ରାସ୍ତାରେ ସଂପୃକ୍ତ ମହିଳା ଓଓଉ ଆମ୍ବୁଲାନ୍ସ ଅଟକାଇଥିଲେ ବୋଲି ଦାବିପତ୍ରରେ ସୌମ୍ୟଙ୍କ ବାପା ଉଲ୍ଲେଖ କରିଥିବା ସୂଚନା ମିଳିଛି । ସେପଟେ ଆଜି ବାଲେଶ୍ୱର ଖଇରା ସ୍ଥିତ ସୈମ୍ୟରଞ୍ଜନଙ୍କ ଘରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ଏକ ୫ ଜଣିଆ ତଦନ୍ତକାରୀ ଟିମ୍ । ସୌମ୍ୟଙ୍କ ମାଆ, ମାଇଁ ଓ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ବି ବୟାନ ରେକର୍ଡ ହୋଇପାରେ । ବିଦ୍ୟାଭାରତୀ ଏବେ ବାପଘର ମୟୂରଭଞ୍ଜର କପ୍ତିପଦାରେ ଅଛନ୍ତି । ପୋଲିସ ୩ ଜଣଙ୍କ ନାଁରେ ହତ୍ୟା ଓ ଷଡ଼ଯନ୍ତ୍ର ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!